ମେକ୍ସିକେନ-ମୋରୋକ୍କୋ କଲଚରାଲ ଏଣ୍ଡ ହ୍ୟୁମେନିଟେରିଏନ ଏଲାଏନ୍ସ ତରଫରୁ କବି ଭବାନୀ ଶଙ୍କର ନିଆଲଙ୍କୁ ଡ଼କ୍ଟର ଓ ଅମ୍ବାସାଡ଼ର ପଦରେ ଭୂଷିତ

ଭୁବନେଶ୍ୱର: କବି ଭବାନୀ ଶଙ୍କର ନିଆଲଙ୍କୁ ମେକ୍ସିକେନ-ମୋରୋକ୍କୋ ଦ୍ୱାରା ଡକ୍ଟର ଏବଂ ଅମ୍ବାସାଡର ପଦରେ ଭୂଷିତ କରାଯାଇଛି। ସୂଚନା ଯୋଗ୍ୟ ଯେ, ବିଶ୍ୱର ଏକ ସାଂସ୍କୃତିକ ଏବଂ ସାହିତ୍ୟିକ ସଂଗଠନ ମେକ୍ସିକେନ ମରୋକ୍କୋ କଳଚରାଲ ହ୍ୟୁମେନିଟେରୀଏନ ଏଲାଏନ୍ସ ଯାହାର ନେତୃତ୍ୱ ଡ. ଜିନେଟେ ୟୁରେକା ଟିବୁରସିଓ, ମେକ୍ସିକେନ ଏବଂ ଡ଼. ଅଜିଜ୍ ମନ୍ତସିର ମୋରୋକ୍କୋ ନେତୃତ୍ୱ ନେଇଛନ୍ତି। ଏହି ସଂଗଠନ ସାଧାରଣତଃ ଡକ୍ଟର ଏବଂ ଅମ୍ବାସାଡ଼ର ପଦରେ ଭୂଷିତ ସେହି ବ୍ୟକ୍ତିଙ୍କୁ କରାଯାଏ ଯିଏ ବିଶ୍ୱରେ ଶାନ୍ତିର ସଂସ୍କୃତିକୁ ପ୍ରଚାର କରିଥାନ୍ତି, ଏହା ବ୍ୟତୀତ ଶାନ୍ତିପୂର୍ଣ୍ଣ ସହ ଅସ୍ତିତ୍ବ, ମାନବତା ଏବଂ ସହିଷ୍ଣୁତା ଏବଂ ସାହିତ୍ୟିକ କ୍ଷେତ୍ରରେ ଯୋଗଦାନ ପାଇଁ ସାଧାରତଃ ପ୍ରଦାନ କରାଯାଇଥାଏ।

Omkar Vasthu
Omkar Vasthu


ଦୀର୍ଘ ତିନି ଦଶନ୍ଧିରୁ ଉଭୟ ହିନ୍ଦୀ ଓ ଓଡ଼ିଆ କବିତାରେ ସକ୍ରିୟ ରହିବା ସହ ଏକାଧିକ ପୁସ୍ତକର ଲେଖକ ତଥା ମହୁରି ପତ୍ରିକାର ମୁଖ୍ୟ ସମ୍ପାଦକ କବି ଭବାନୀଶଙ୍କର ନିଆଲଙ୍କ କବିତା କ୍ରମାଗତ ଭାବେ ଇଂରାଜୀ, ଇଟାଲୀ, ସର୍ବିଆ, ରୁଷ, ଚୀନ, ଫ୍ରାନ୍ସ, ଆର୍ବିକ ପରେ ପୋଲିସ ଭାଷାରେ ଅନୂଦିତ ହେବା ଏକ ଗୌରବର ବିଷୟ। ଉକ୍ତ କବିତା ଗୁଡିକୁ ଇଂରାଜୀରେ ଅଧ୍ୟାପକ ବଙ୍କିମ ମୁଣ୍ଡ ଏବଂ ଗୋବିନ୍ଦ ସାହୁ, ଇଟାଲୀରେ କବି ଇମାନୁଏଲା ରିଜୋ, ସର୍ବିଆରେ ପ୍ରଖ୍ୟାତ କବି ତଥା ଅଧ୍ୟାପିକା ସୋଭା ସୋଭକା ସୋଭିକ, ଚୀନ ଭାଷାରେ କବି ଲାଉ ଫୁ, ରୁଷ ଭାଷାରେ ପ୍ରଖ୍ୟାତ ରୁଷ ଲେଖିକା ଏଲିନା ଡାନିସିନା ଏବଂ ଫ୍ରାନ୍ସ ଭାଷାରେ ଫ୍ରାନ୍ସସିୟ କବି ତଥା ଚୀନ ଭାଷା ଓ ସଂସ୍କୃତିର ବିଦ୍ୱାନ ଏଲିଜା ବେଥ ପ୍ଲେନାଟୋ କରିଥିବା ବେଳେ ପୋଲିସ ଭାଷାରେ ପ୍ରସିଦ୍ଧ ପୋଲାଣ୍ଡ କବି ଜିଜନିଉ ମାଇରୋସ୍ଲୋୱସ୍କି ଅନୁବାଦ କରିଛନ୍ତି। କବିଙ୍କ ଏହି ସଫଳତାରେ ରାଜ୍ୟର ବିଭିନ୍ନ ମହଳରୁ ଖୁସିର ଲହରୀ ଖେଳିଯାଇଛି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.