ପୁରୀ: ପୁରୀ ଜିଲ୍ଲା ନିମାପଡା ଠାରେ ଓମେନ ଏଣ୍ଡ ଚାଇଲଡ ୱେଲଫେୟାର ସୋସାଇଟି କଟକଙ୍କ ସହିତ ନିମାପଡାରେ ଜାଗେଶ୍ୱରୀ ଯୁବକ ସଂଘ ତଥା ହେଲମେଟ ଇଣ୍ଡିଆରେ ସଦସ୍ୟଙ୍କ ମିଳିତ ପ୍ରୟାସରେ ନକଲି ଏବଂ ସବଷ୍ଟାଣ୍ଡାର୍ଡ ବ୍ୟବହାରକାରୀଙ୍କ ବିରୁଦ୍ଧରେ ପ୍ରଭାବ ପକାଇବା ପାଇଁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅନୁଷ୍ଠାନର ସଦସ୍ୟମାନେ ନକଲି ହେଲମେଟ ସହିତ ମୋଟର ଚାଳିତ ଦୁଇ ଚକିଆ ଆରୋହୀଙ୍କୁ ଚି଼ହ୍ନଟ କରିବା ସହ ସେମାନଙ୍କ ଆଗରେ ନକଲି ହେଲମଟ ଭାଙ୍ଗି ହେଲମେଟର ପ୍ରତିକୂଳ କ୍ଷମତା ପ୍ରଦର୍ଶନ କରିଥିଲେ। ଏ ନେଇ ଭାରତ ସରକାରଙ୍କ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଗତ ୨୬ ନଭେମ୍ବର ୨୦୨୦ ରେ ହେଲମେଟ ରାଇଡର୍ସ ଅଫ ୨ ଚକିଆ ମୋଟର ଯାନ (ଗୁଣବତ୍ତା ନିୟନ୍ତ୍ରଣ ଅର୍ଡର), ୨୦୨୦ ନାମକ ଏକ ଗେଜେଟ ଜାରି କରିଛି ଯାହା ୧ଜୁନ ୨୦୨୧ରୁ କାର୍ଯ୍ୟକାରୀ ହୋଇସାରିଛି। ସାରା ଦେଶରେ ଚାଲୁଥିବା ଟୁ ହ୍ଵିଲର ରାଇଡ଼ର୍ସଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜାଲ ଏବଂ ସବ ଷ୍ଟାଣ୍ଡାର୍ଡ ହେଲମେଟରେ ବିକ୍ରୟ ତଥା ଉତ୍ପାଦନକୁ ନିରୁତ୍ସlହିତ କରିବା ପାଇଁ ୨୦୨୩ ସୁଦ୍ଧା ମିଶନ ୩୦ ସହିତ ହେଲମେଟ ଇଣ୍ଡିଆ ସମନ୍ୱୟ ସମିତି ଗଠନ କରିଅଛି। ଏହାର ଲକ୍ଷ୍ୟ ଆଗାମୀ ୨୦୨୩ ସୁଦ୍ଧା ହେଲମେଟ ଇଣ୍ଡିଆ ସମନ୍ୱୟ ମିଶନର ଲକ୍ଷ୍ୟ ୩0 % ହାସଲ କରିବାକୁ ନିର୍ଦ୍ଧlରଣ କରାଯାଇଅଛି। ଏ ନେଇ ରାଜ୍ୟ ସରକାର ରାଜ୍ୟରେ ଚାଲୁଥିବା ନକଲି ଏବଂ ସବ ଷ୍ଟାଣ୍ଡାର୍ଡ ହେଲମେଟର ନିର୍ମାତା ତଥା ପ୍ରଦାନକାରୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନଙ୍କ ଅଧିକାରୀଙ୍କୁ ଦେଇଅଛନ୍ତି ଯାହାର ଏକ ନମୁନା କଟକ ଓମେନ ଏଣ୍ଡ ଚାଇଲଡ ୱେଲଫେୟାର ସୋସାଇଟି ପକ୍ଷରୁ ପ୍ରଦର୍ଶନ କରାଯାଇଥିଲା ଯାହା ଏକ ଜାତୀୟ ଆନ୍ଦୋଳନ “ବ୍ରେକଅପ ସହିତ ଟ୍ରାଫିକ ଉଲଂଘନ” ଆରମ୍ଭ କରିବାକୁ ଆଗେଇ ଆସିଥିବା ଦେଖିବାକୁ ମିଳିଛି। ଏହି କାର୍ଯ୍ୟକ୍ରମରେ କଟକ ଓମେନ ଏଣ୍ଡ ଚାଇଲଡ ୱେଲଫେୟାର ସୋସାଇଟିର ସମ୍ପାଦିକା ଶ୍ରୀମତୀ ମିନତି ବିନ୍ଧାଣି, ନିମାପଡା ଜାଗେଶ୍ୱରୀ ଯୁବକ ସଂଘର ସମ୍ପାଦକ ନକୁଳ ଚନ୍ଦ୍ର ସ୍ୱାଇଁ ପ୍ରମୁଖ ଯୋଗଦାନ କରି ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଏବଂ ବୈଶିଷ୍ଟ୍ୟତାକୁ ବୁଝାଇ ଲୋକଙ୍କୁ ସଚେତନ କରିଥିଲେ।