ବାଇକ୍ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

ଲାଞ୍ଜିଗଡ଼: ବିଶ୍ୱନାଥପୁର ଥାନା ଅନ୍ତର୍ଗତ ମୂଷାନାଳ ଓ ବନ୍ଧପାରି ମଝିରେ ଥିବା ରାଏଲଝୁଲା ନିକଟରେ ଭାରସାମ୍ୟ ହରାଇ ବାଇକ୍ ରୁ ପଡି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ଜଣକ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ ରାତୁଲ ଗ୍ରାମର ଡାଲ ଦୋରା(୪୮) ବୋଲି ଜଣାପଡିଛି। ପ୍ରାପ୍ତ ସୂଚନା ମୁତାବକ ରବିବାର ଅପରାହ୍ନ ସାଢେ ୪ ଘଣ୍ଟା ସମୟରେ ଡାଲ ଦୋରା କୌଣସି ଏକ କାମରେ ଲାଞ୍ଜିଗଡ଼ ବ୍ଳକ ଘାଟି ଅଞ୍ଚଳକୁ ଯାଇ ଫେରୁଥିବା ସମୟରେ ମୂଷାନାଳ ଓ ବନ୍ଧପାରି ମଝିରେ ଥିବା ରାଏଲଝୁଲା ନିକଟରେ ବାଇକ୍ ଟି ଭାରସାମ୍ୟ ହରାଇ ରାସ୍ତା ଉପରେ ଖସି ପଡ଼ିଥିଲା। ଯାହା ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଲୋକ ମୃତ ଦେହକୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ସହ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.