ଡ୍ରେନ ସମସ୍ୟା ନେଇ କଟକ ମହାନଗର ନିଗମ କମିଶନରଙ୍କୁ ଚିଠି ଲେଖିଲା ଉତ୍କଳ ବିକାଶ ପରିଷଦ

କଟକ: କଟକ ସଦର ନିର୍ବାଚନ ମଣ୍ଡଳୀ ଉପକଣ୍ଠ ମହାନଗର ନିଗମ ୫୯ନଂ ୱାର୍ଡ ନୂଆକାଚେରାମାଳ ଗ୍ରାମ କୈବର୍ତ୍ତସାହି ଯାହାକି ଫୁଲନଖରା ଛକ ପାସ୍ଵସ୍ଥ ତଳ ବାଇପାସ୍ ରୋଡରେ ବର୍ଷାଜଳ ନିସ୍କାଷନ ପାଇଁ ଡ୍ରେନ୍ ହୋଇଥିଲେ ମଧ୍ୟ ସାମାନ୍ୟ ବର୍ଷାରେ ପାଣି ଜମି ରହିଛି ଯାହାଫଳରେ ସାଧାରଣ ଜନତା ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି । ଏହି ସମସ୍ୟାର ସ୍ଥାୟୀ ସମାଧାନ ନେଇ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ ପକ୍ଷରୁ ସଭାପତି ସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ କଟକ ମହାନଗର ନିଗମ କମିଶନରଙ୍କୁ ଚିଠି ଲେଖି ଅଭିଯୋଗ ଜଣାଇଛନ୍ତି । ଏହି ସମସ୍ୟାର ତୁରନ୍ତ ସମାଧାନ ନହେଲେ ପରିଷଦ ପକ୍ଷରୁ ମହାନଗର ନିଗମ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣା ଦିୟାଜିବାକୁ ନିଷ୍ପତ୍ତି ନିଆଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.