ବଲାଙ୍ଗୀର ୟୁଥ୍ ଏକ୍ସନ କମିଟି ବୈଠକ

● କୋସଲ ସ୍ବାଭିମାନ ପଦଯାତ୍ରାକୁ ପୂର୍ଣ୍ଣ ସମର୍ଥନ କରିବା ସହ ବଲାଙ୍ଗୀରରେ ଭବ୍ୟ ସ୍ବାଗତ କରିବା ପାଇଁ ନିଷ୍ପତ୍ତି

ବଲାଙ୍ଗୀର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପଶ୍ଚିମ ଓଡ଼ିଶା ପ୍ରତି ହୋଇଥିବା ଅନ୍ୟାୟ ପାଇଁ କୋସଲ ସ୍ବାଭିମାନ ପଦଯାତ୍ରା ପ୍ରସଙ୍ଗକୁ ନେଇ ବଲାଙ୍ଗୀର ୟୁଥ ଅକ୍ସନ କମିଟି ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବଲାଙ୍ଗୀର ସ୍ଥିତ ୟୁଥ୍ ଏକ୍ସନ କମିଟି କାର୍ଯ୍ୟାଳୟରେ ସଭାପତି ବିନୋଦ କୁମାର କାଲସାଏଙ୍କ ଅଧ୍ୟକ୍ଷତାରେ ଉକ୍ତ ବୈଠକ ଆୟୋଜିତ ହୋଇଥିଲା।
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ର ସରକାର ୮ଲକ୍ଷ ୧୭ ହଜାର ଘର ଦେଇଥିବା ବେଳେ ରାଜ୍ୟ ସରକାର ପଶ୍ଚିମ ଓଡ଼ିଶା କୁ ୧୭୦୦ ଘର‌ ପ୍ରଦାନ କରିବା ଓ ପଶ୍ଚିମ ଓଡ଼ିଶାର ଅନେକ ଜିଲ୍ଲାକୁ ଆବାସ ଯୋଜନାରେ ମୋଟେ ସାମିଲ ନ‌ କରିବା ଏହା ପଶ୍ଚିମ ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ପୋଷଣ କରୁଥିବା ବାରି ହୋଇ ପଡ଼ୁଛି ଓ ଏହାକୁ ଦୃଢ଼ ନିନ୍ଦା କରାଯାଉଛି। କୋସଲ ଯୁବ ସମନ୍ୱୟ ସମିତି ପକ୍ଷରୁ ହେଉଥିବା କୋସଲ ସ୍ବାଭିମାନ ପଦଯାତ୍ରାକୁ ପୂର୍ଣ୍ଣ ସମର୍ଥନ କରିବା ସହ ବଲାଙ୍ଗୀରରେ ଭବ୍ୟ ସ୍ବାଗତ କରିବା ପାଇଁ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଥିବା ସଭାପତି ବିନୋଦ କୁମାର କାଲସାଏ ସୂଚନା ଦେଇଛନ୍ତି। ଏହି ବୈଠକରେ ରିଲୁ ରଥ, ରବି ଖମାରୀ, ପ୍ରଶାନ୍ତ ନାୟକ, ସୁମେସ ଡାଙ୍ଗ, ବଣ୍ଟୁ ବଗର୍ତ୍ତୀ, ରାଜେନ୍ଦ୍ର ସେଠୀ, ଶ୍ୟାମସୁନ୍ଦର ଗହିର, ରାଧୁ ଦିପ, ବିବେକ କୁମାର ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.