ଧୋକା ଦେଲା ମୌସୁମୀ ଠକି ଦେଲା ଲଘୁଚାପ: ମରୁଡି ଆଶଂକା

କଳାହାଣ୍ଡି, (ସୁଶାନ୍ତ କୁମାର ଦଳେଇ): ଶ୍ରାବଣ ମାସରେ ଚାଷବାସ ଯୋରସୋରରେ ଚାଲିଥାଏ । କିନ୍ତୁ ଏବର୍ଷ ବର୍ଷା ଖେଳୁଛି ଲୁଚକାଳି ଖେଳ। ଧୋକା ଦେଇଛି ମୌସୁମୀ, ଠକିଦେଲା ଲଘୁଚାପ । ଆକାଶକୁ ଅନେକ ଅନେଇ ଚାଷୀର ଆଖିର ପାଣି ମରିଲାଣି, କିନ୍ତୁ ବର୍ଷା ଟିକେ ବର୍ଷି ଯିବାକୁ ଇଚ୍ଛା କରୁନାହଁ । ଅନେକ ଜମିରେ ରୁଆ ବେଉଷଣ କାମ ହୋଇପାରିନାହିଁ। ମରିଯିବାକୁ ବସିଲାଣି ତଳି ଘାରି। କାଁ ଭା ରୋପଣ କରାଯାଇଥିବା ଧାନ ଖେତ ଫାଟି ଆଁ କଲାଣି ।

Omkar Vasthu
Omkar Vasthu

ଗତ କିଛି ବର୍ଷ ହେଲା କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଳକରେ ମରୁଡି ସମସ୍ୟା ଓ କମ ବୃଷ୍ଟିପାତ ଯୋଗୁଁ ଚାଷୀ ଚିନ୍ତାରେ ଥିବା ବେଳେ ଚଳିତ ବର୍ଷ ଆରମ୍ଭରୁ ସଠିକ ପରିମାଣରେ ବର୍ଷା ହେବାରୁ ଚାଷୀ ଚାଷ କାର୍ଯ୍ୟ ଆରମ୍ଭ କରିଦେଇଥିଲା । କିନ୍ତୁ ପରବର୍ତ୍ତି ସମୟରେ ଜୁନ ମାସ ଶେଷ ସପ୍ତାହ ଓ ଜୁଲାଇ ମାସରେ ନିଅଣ୍ଟିଆ ବର୍ଷା ହେବାରୁ ଚାଷୀ ଆଖିରୁ ନିଦ ହଜିଯାଇଛି । ଆକାଶରେ ମେଘ ଉଠୁଛି ହେଲେ ବରଷୁନାହିଁ । ଚାଷୀ ଭଷା ବାଦଲକୁ ଦେଖି ସମୟ ବିତିଯାଉଛି । ମୌସୁମୀ ସଂପୂର୍ଣ୍ଣ ଧୋକା ଦେଇଥିବା ବେଳେ ଗତ ଲଘୁଚାପ ବର୍ଷା ମଧ୍ୟ ଚାଷୀକୁ ଠକି ଦେଇଛି । ଚାରି ରୁ ପାଞ୍ଚ ଦିନ ବର୍ଷା ହୋଇଛି ହେଲେ କଣ ହେବ କେବଳ ଝିପିରି ଝିପିରି ବର୍ଷାରେ ଧାନ ବିଲରେ ମଧ୍ୟ ପାଣି ନାହିଁ । ଏହି ବ୍ଲକର ଅନେକ ପଞ୍ଚାୟତରେ ଗତବର୍ଷ ମରୁଡ଼ିରେ ଚାଷୀର ଅଣ୍ଟା ଭାଙ୍ଗି ଯାଇଥିବା ବେଳେ ପୁଣି ଏକ ମରୁଡ଼ିର ସମ୍ମୁଖୀନ ହେବାକୁ ଯାଉଛି ଚାଷୀ । ଏହି ଅଞ୍ଚଳର ଚାଷୀ ସମ୍ପୂର୍ଣ ବର୍ଷା ପାଣି ଉପରେ ଭରସା କରନ୍ତି କିନ୍ତୁ ଏବର୍ଷ ଆଷାଢ଼ ସାରି ଶ୍ରବଣ ମଧ୍ୟ ଭାଗ ହେଲାଣି ବର୍ଷର ଦେଖା ନାହିଁ ।

Pearl dental clinic
Near Ashish Medical Store, Bhawanipatna

ବ୍ଲକର ଚହକା, କରଞ୍ଜକୋଟ, ଶୁଣ୍ଡିମୁଣ୍ଡା, କାଦୋବାହାଲ, ଫଟାମୁଣ୍ଡା, କର୍ଲାଗୁଡା, ମହିମାସାଗର ଖଇରପଦର, କାଠିକୁଟା ଗୋଲାମୁଣ୍ଡା, ମାନଝରୀ, ବାଘମୁଣ୍ଡା, ଖଲିଆକାନି, ଫରଙ୍ଗ, ଲତାବାଞ୍ଜି ଠାରେ ଥିବା କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପରେ ବର୍ଷା ଅଭାବରୁ ଜଳ ସ୍ଥର କମ ଥିବାରୁ ଉକ୍ତ ପ୍ରକଳ୍ପରୁ ଚାଷ ଜମିକୁ ପାଣି ମିଳିବା ଆଶା କମ ଏଣୁ ଚାଷୀଙ୍କ ସମସ୍ୟା ଦୁଇଗୁଣିତ ହୋଇଯାଇଛି । ଅପରପକ୍ଷରେ ତେଲ ନଦୀକୂଳରେ କେତେକ ଅଞ୍ଚଲରେ ଉଠାଜଳସେଚନ ବ୍ୟବସ୍ଥାଥିଲେ ମଧ୍ୟ ନଦିରେ ପାଣି ନଥିବାରୁ ସେଠାରୁ ମଧ୍ୟ ଚାଷୀ ନିଜ ଜମିକୁ ପାଣି ମଡାଇ ପାରିବ ନାହିଁ । ବ୍ଲକରେ ଥିବା ନାଳମାନଙ୍କରେ ଆଜି ପର୍ଯ୍ୟନ୍ତ ପାଣି ବୋହୁ ନଥିବା ବେଳେ ବ୍ଲକ ମଧ୍ୟ ଦେଇ ତେଲ ଓ ଉଦନ୍ତ ନଦୀ ବହିଯାଇଥିଲେ ମଧ୍ୟ ଜୁଲାଇ ମାସ ଯାଇ ଅଗଷ୍ଟ ମାସ ଆସିଥିଲେ ମଧ୍ୟ ସୁଖିଲା ପଡିଛି ଦୁଇ ନଦୀ । ଅନ୍ୟ ପକ୍ଷରେ ବର୍ତ୍ତମାନ ସମୟରେ ଚାଷୀ ରୁଆବେଉଷଣ କାମରେ ମଜି ଯିବା କଥା କିନ୍ତୁ ବର୍ଷା ଅଭାବ ଯୋଗୁଁ ଚାଷୀ କେବଳ ଭସାବାଦଲକୁ ଚାହିଁ ବସିଛି । ଚାଷୀ ଧାର କରଜ କରି ବିହନ ରାସୟନିକ ସାର କିଣିଥିବା ବେଳେ ପରିସ୍ଥିତି ଯାହା ହେଲାଣି ବିହନ ବାହାରିବ କି ନାହିଁ ତାହା ମୁସ୍କିଲ ହୋଇ ପଡିଛି । ଏବେବି ବ୍ଲକର ଅନେକ ପଞ୍ଚାୟତରେ ରୁଆ ବେଉଷଣ କାର୍ଯ୍ୟ ହୋଇ ନଥିବା ବେଳେ ଅନେକ ଚାଷ ଜମି ପଡିଆ ପଡିଛି । ପାଣି ଅଭାବରୁ ଅନେକ ବିଲ ଫାଟି ଆଁ କଲାଣି । ଯଦି ଏପରି ପରିସ୍ଥିତ ରୁହେ ତାହେଲେ ସମଗ୍ର ବ୍ଲକରେ ମରୁଡ଼ି ନିଶ୍ଚିତ ବୋଲି ଚାଷୀମାନେ ମତପ୍ରକାଶ କରିଛନ୍ତି ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.