ଆଜିଠାରୁ ଖୋଳିବ କଳାହାଣ୍ଡିର ସମସ୍ତ ଧର୍ମାନୁଷ୍ଠାନ, ଶ୍ରଦ୍ଧାଳୁ ମାନିବେ କଟକଣା

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଆଜି (୧୦/୦୮/୨୦୨୧)ଠାରୁ ଭକ୍ତଙ୍କ ପାଇଁ ଖୋଳିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ସୋମବାର ଅପରାହ୍ନରେ ଜିଲ୍ଲାପାଳଙ୍କ ଭବାନୀପାଟଣା ସ୍ଥିତ ସଦଭାବନା ସଭାଗୃହରେ ଏନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ଶ୍ରୀଚନ୍ଦନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ କୋଭିଡ କଟକଣା ସହ ଜିଲ୍ଲାର ଧର୍ମାନୁଷ୍ଠାନ ଖୋଳିବାନେଇ ଆଲୋଚନା ହୋଇଥିଲା। ସୂଚନା ପ୍ରକାରେ କରୋନା କଟକଣା ମାନି ସମସ୍ତ ମନ୍ଦିର, ଗିର୍ଜା, ମସଜିଦ, ଗୁରୁଦ୍ୱାର ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ପାଇଁ ଖୋଳାରହିବ। ଶ୍ରଦ୍ଧାଳୁ କରୋନା କଟକଣା ସ୍ୱରୂପ ମୁହଁରେ ତୁଣ୍ଡି ପିନ୍ଧିବା, ସାମାଜିକ ଦୂରତା ଓ ସାନିଟାଇଜର ବଧ୍ୟାତାମୂଳକ କରାଯାଇଛି। କରୋନା ଲକ୍ଷଣ ଥିବା ବ୍ୟକ୍ତି ମନ୍ଦିର ମଧ୍ୟକୁ ପ୍ରବେଶ କରିପାରିବେ ନାହିଁ। ଅନ୍ୟାଦେଶ ପର୍ଯ୍ୟନ୍ତ ଧର୍ମାନୁଷ୍ଠାନ ମାନଙ୍କରେ ପ୍ରସାଦ ସେବନ/ଭୋଜିଭାତ ଆଦି ମଧ୍ୟ ବନ୍ଦ ରହିବ।

Omkar Vasthu
Omkar Vasthu

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସହକାରୀ ଜିଲ୍ଲାପାଳ (ବିଚାର) ଶୁଭଦିପ୍ତା ମହାନ୍ତି, ଭାରପ୍ରାପ୍ତ ଉପଜିଲ୍ଲାପାଳ ଉପେନ୍ଦ୍ର ଲୁହା, ଅତିରିକ୍ତ ଏସ.ପି. ବିକେ ନନ୍ଦ, ଡି.ଆଇ.ପି.ଆର.ଓ. ମନୋଜ ବେହେରା, ଡ଼ଃ ଲମ୍ବୋଦର ସାହୁ, ଉତ୍ସବ ସାହୁ, ମସଜିଦ କମିଟି କର୍ମକର୍ତ୍ତା ସଲିମ ମହମ୍ମଦ, ମହମ୍ମଦ ଗୁଲ୍ଲିମୁନ୍ନା, ମାଣିକେଶ୍ଵରୀ ମନ୍ଦିର ପ୍ରତିନିଧି ଅଶୋକ ନେଗି, ଚର୍ଚ୍ଚରୁ ଏସ୍ ଦୀପ, ବସନ୍ତ ପାନୀ, ଡାନିଏଲ ବାଗ ଏବଂ ଗୁରୁଦ୍ୱାରରୁ ଗୁରୁଜିନ୍ଦର ସିଂ ପ୍ରମୁଖ ଉପସ୍ଥିତ ଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.