କର୍ଲାପାଟ ଖଣ୍ଡୁଆଲମାଲି ପର୍ବତ ନିଲାମ ପ୍ରତିବାଦରେ ଆଦିବାସୀଙ୍କ ମାନବ ଶୃଙ୍ଖଳ ପଦଯାତ୍ରା ଓ ବିକ୍ଷୋଭ ପ୍ରଦର୍ଶନ

ଲାଞ୍ଜିଗଡ଼: କର୍ଲାପାଟ ଅଭୟାରଣ୍ୟକୁ ବିକି ଦେବାପାଇଁ ଚାଲିଛି ଷଡ଼ଯନ୍ତ୍ର। ନିଲାମ ତାରିଖ ଘୋଷଣା ପରେ ତେଜିଲେ ଆଦିବାସୀ। କମ୍ପାନୀ ହାତକୁ ଯିବା ଦ୍ବାରା ୬୨ ଗାଁ ଆଦିବାସୀଙ୍କ ଜୀବନ ଜୀବିକା ହରେଇବା ସହ ବିସ୍ଥାପିତ ହୋଇଯିବେ। ଅନେକ ପ୍ରାକୃତିକ ସମ୍ପତ୍ତି ସତ୍ତା ହରାଇବାସହ ଝରଣା ବି ଶୁଖିଯିବ। ତେଣୁ ଏହାର ପ୍ରତିବାଦ ସ୍ବରୂପ ୬୨ ଗାଁ ଆଦିବାସୀ ଏକତ୍ରିତ ହୋଇ ଆଦିବାସୀ ଦିବସରେ ମାନବ ଶୃଙ୍ଖଳା ପାଇଁ ଅସ୍ତ୍ରଶସ୍ତ୍ର ଧରି ୬ କିମିର ପଦ ଯାତ୍ରା ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

Omkar Vasthu
Omkar Vasthu


କଲାହାଣ୍ଡି ଜିଲ୍ଲା ଲାଞ୍ଜିଗଡ, ଥୁଆମୁଲ ରାମପୁର, ଭବାନିପାଟଣା ବ୍ଳକ ର ୭ଟି ପଞ୍ଚାୟତରେ ଥିବା ୬୨ ଗାଁ କର୍ଲାପାଟ ଜଙ୍ଗଲର ଖଣ୍ଡୁଆଲମାଲି ପର୍ବତ ପାଦଦେଶରେ ବସବାସ କରନ୍ତି। ସୁଚନାନୁସାରେ ଜୁନ ୭ ରେ ଓଡ଼ିଶା ସରକାର ୧୧ ଗୋଟି ଜଙ୍ଗଲ କୁ ନିଲାମ କରିବା ପାଇଁ ନୋଟିସ ଜାରି କରିଥିବା ବେଳେ କର୍ଲାପାଟର ଖଣ୍ଡୁଆଲମାଲି ପର୍ବତକୁ ମଧ୍ୟ ନିଲାମ ପାଇଁ ନୋଟିସ ଜାରି କରିଛନ୍ତି। ଏହାର ପ୍ରତିବାଦରେ ଆଦିବାସୀ ମାନେ ଏକତ୍ରିତ ହୋଇ ୬ କିମି ମାନବ ଶୃଙ୍ଖଳା ପଦଯାତ୍ରା କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଆଦିବାସୀ ମାନେ କହିଛନ୍ତି ଆମେ ଜଙ୍ଗଲ ର ଫଲମୁଲ ଖାଇ ବଞ୍ଚୁଛୁ। ଜଙ୍ଗଲ ଆମର ଜୀବନ, ଜଙ୍ଗଲ ଆମର ଜୀବିକା ଏହାକୁ କେଉଁ କମ୍ପାନୀ ହାତକୁ ଟେକି ଦେଇପାରିବେନି ସରକାର। ଆମେ ଅସ୍ତ୍ରଶସ୍ତ୍ର ଧରି ରାସ୍ତାରେ ଠିଆ ହୋଇଛୁ। ଆମ ଜଙ୍ଗଲ ପାଇଁ ଜୀବନ ବି ଦେବୁ। ସରକାର ଙ୍କ ଷଡ଼ଯନ୍ତ୍ର ଲୋକଙ୍କ ବିକାଶ ପାଇଁ ନୁହେଁ , ପ୍ରାକୃତିକ ସମ୍ପତ୍ତି ଖଣି ଖାଦାନ ଲୁଟ ପାଇଁ ଯୋଜନା। ନିଲାମ ଉଚ୍ଛେଦ ନ ହେଲେ ଆଦିବାସୀଙ୍କ ପ୍ରତିବାଦ ଭୟଙ୍କର ଲଢେଇ ହେବ। ଆଦିବାସୀଙ୍କ ହକ୍ ଛଡେଇବା ନେବା ପାଇଁ ଚାଲିଥିବା ଷଡ଼ଯନ୍ତ୍ର ବନ୍ଦ ହେଉ ବୋଲି ସେମାନେ ମତ ପ୍ରକାଶ କରିଛନ୍ତି।

ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.