ପିଇବା ପାଣି ପାଇଁ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

କଳାହାଣ୍ଡି, (ସୁଶାନ୍ତ କୁମାର ଦଳେଇ): ସରକାର ଗ୍ରାମାଞ୍ଚଳର ଲୋକଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ନିମନ୍ତେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ବ୍ୟୟରେ ଓଭର ହେଡ୍ ପାଣି ଟାଙ୍କି ତିଆରି କରୁଛନ୍ତି । ହେଲେ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଓ ଠିକାଦାରଙ୍କ ନିମ୍ନମାନର କାର୍ଯ୍ୟ ଯୋଗୁଁ ଅଳ୍ପ ଦିନରେ ପ୍ରକଳ୍ପଟି ଅଚଳ ହୋଇ ପଡିଥିବା ଅଭିଯୋଗ ହୋଇଛି । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଖମାରହଲଦୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ପଞ୍ଜିଆ ଓ ବେହେରାଗୁଡା ଗ୍ରାମବାସୀଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ନିମନ୍ତେ ଓଭର ହେଡ୍ ପାଣି ଟାଙ୍କି ତିଆରି ହୋଇଥିଲା । ଏହି ପ୍ରକଳ୍ପ ମାଧ୍ୟମରେ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ମିଳିପାରୁଥିଲା ହେଲେ ବର୍ତ୍ତମାନ ଦୀର୍ଘ ଦିନ ହେବ ଏହି ପ୍ରକଳ୍ପଟି ଅଚଳ ହୋଇ ପଡିଥିବା ବେଳେ ଠିକାଦାରଙ୍କ ନିମ୍ନମାନର କାର୍ଯ୍ୟ ଯୋଗୁଁ ବିଭିନ୍ନ ସ୍ଥାନରେ ପାଣି ପାଇପ ଫାଟି ଯାଇଛି । ଏନେଇ ବାରମ୍ବାର ଗ୍ରାମବାସୀମାନେ ବିଭାଗୀୟ ଅଧିକାରୀ ଓ ଜନପ୍ରତିନିଧିଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ । ଯାହାରି ଫଳରେ ଉକ୍ତ ଦୁଇ ଗ୍ରାମର ଲୋକେ ଲୋକେ ପିଇବା ପାଣି ପାଇଁ ନାନା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ଏନେଇ ଆଜି ଧର୍ମଗଡ ଉପ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ଏହି ସମୟରେ ହରେନାଥ ତାଣ୍ଡି, ଦନାର ମାଝୀ, ଅକ୍ଷୟ କୁମାର ମାଝୀ, ଘାସିରାମ ମାଝୀ, ଗିରିଧାରୀ ମାଝୀ, ଅମିତ ମାଝୀ, ଶ୍ରୀକର ବଗର୍ତ୍ତୀ, ବଗା ମାଝୀ ସମେତ ଅନେକ ଗ୍ରାମବାସୀ ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.