କଳାହାଣ୍ଡି, (ହେମନ୍ତ ସାହୁ): କଳାହାଣ୍ଡିର ଅଗ୍ରଣୀ ଅନୁଷ୍ଠାନ ମହାଶକ୍ତି ଫାଉଣ୍ଡେସନ ତରଫରୁ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ ତଥା ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗର, ଓଡ଼ିଶାର ସରକାରଙ୍କ ସହଯୋଗ ରେ ମ.ରାମପୁରର ୧୦ ଜଣ ଅଙ୍ଗନୱାଡ଼ି କର୍ମୀ ଓ ୧୦ ଜଣ ୱାର୍ଡ ମେମ୍ବର / ନାଏବସରପଞ୍ଚଙ୍କୁ ନେଇ ଏକ ତିନି ଦିନିଆ ତାଲିମ ଶିବିର ଆଜି ଆରମ୍ଭ ହୋଇଛି। ମ.ରାମପୁର ପଂଚାୟତ ସମିତି ଅଧ୍ୟକ୍ଷ ଜୀବେଶ କୁମାର ପଣ୍ଡା ଯୋଗଦେଇ ଏହି ଶିବିରକୁ ଉଦଘାଟନ କରିଥିଲେ। ମ.ରାମପୁରର ମହାଶକ୍ତି ସମ୍ମିଳନୀ ଗୃହରେ ଏହି ତାମିଲ ଅନୁଷ୍ଠିତ ହେଇ ଥିବା ବେଳେ ସାଧନ କର୍ମୀ ପ୍ରଦ୍ୟୁମ୍ନ ମିଶ୍ର ଓ ସୁରେଶ ସଂଗ୍ରାମ ଯୋଗ ଦେଇଥିଲେ। ସଂଯୋଜନା ପ୍ରକାଶ ଚନ୍ଦ୍ର ସାହୁ କରିଥିବା ବେଳେ ସହଯୋଗ କରିଥିଲେ ଯତୀଶ ନାୟକ, ମମିତା ପୁଝାରୀ, ବଂଶୀ ରଣା ପ୍ରମୁଖ।