ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଟ୍ରଷ୍ଟ ପକ୍ଷରୁ ସାମ୍ବାଦିକମାନଙ୍କୁ ସମ୍ବର୍ଦ୍ଧନା

ଖୋର୍ଦ୍ଧା: ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଖୋର୍ଦ୍ଧା ପକ୍ଷରୁ କ୍ରାନ୍ତି ଦିବସ ପାଳନ ଅବସରରେ ବିଭିନ୍ନ ସମ୍ବାଦପତ୍ରର ସାମ୍ବାଦିକ ମାନଙ୍କୁ ଅlଭାସି ପ୍ରଣାଳୀରେ ସମ୍ବର୍ଦ୍ଧିତ କରାଯାଇଛି। କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବରେ ଖରସ୍ରୋତା ମହାବିଦ୍ୟାଳୟ ସିଂହପୁରର ପ୍ରାକ୍ତନ ଅଧ୍ୟକ୍ଷ ଡ଼ଃ ହରିଶ ଚନ୍ଦ୍ର ପଣ୍ଡା, ବିଶିଷ୍ଟ ଅତିଥି ଭାବରେ ପ୍ରାକ୍ତନ ଡେପୁଟି କଲେକ୍ଟର ଡ଼ଃ କୁମରବର ନାୟକ ଯୋଗ ଦେଇ ଅଗଷ୍ଟ କ୍ରାନ୍ତି ଦିବସର ମହନୀୟତା ଉପରେ ଆଲୋକପାତ କରିବାସହ ଗାନ୍ଧିଜୀଙ୍କ ଅସହଯୋଗ ଆନ୍ଦୋଳନ ଇତିହାସର ପୁନଃ ସ୍ମରଣ କରାଇବାସହ ଶ୍ରୀ ନାୟକ ନିଜ ଆଚାର, ବ୍ୟବହାର, ସାହିତ୍ୟ ଓ ପରିବେଶରେ କ୍ରାନ୍ତି ଆଣିବା ପାଇଁ ଆହ୍ୱାନ ଦେଇଥିଲେ। ଭାଷା ପ୍ରତିଷ୍ଠାନର ସଭlପତି ଚକ୍ରଧର ତ୍ରିପାଠୀ ଏହି ସଭାଟିର ସଭାପତିତ୍ୱ କରିଥିବାବେଳେ ରାଜ୍ୟ ସଂଯୋଜକ ଯୁଧିଷ୍ଠିର ମୁଦୁଲି କାର୍ଯ୍ୟକ୍ରମ ପରିଚାଳନା ଓ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ। ରାଜ୍ୟ ସଂଗଠନ ସମ୍ପାଦକ କୈଳାସ ଚନ୍ଦ୍ର ପଟ୍ଟନାୟକ ସମ୍ବର୍ଦ୍ଧନା ସଭା ପରିଚାଳନା କରିଥିଲେ ଓ ପ୍ରତିଷ୍ଠାତା ବଳରାମ ତରାଇ ସମ୍ବର୍ଦ୍ଧିତ ସାମ୍ବାଦିକ ମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହି ଅବସରରେ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୪୦ଜଣ ସାମ୍ବାଦିକ ଓ ୬ଗୋଟି ବିଦେଶୀ ସମ୍ବାଦପତ୍ରକୁ ସମ୍ବର୍ଦ୍ଧିତ କରାଯାଇଥିଲା। ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଟ୍ରଷ୍ଟ ପକ୍ଷରୁ ସାମ୍ବାଦିକ ଗୌରବ ସମ୍ମାନ ଭାବରେ ଶ୍ରୀ ଗଜେନ୍ଦ୍ର କୁମାର ମହାନ୍ତି, ଶ୍ରେଷ୍ଠ ବରିଷ୍ଠ ସାମ୍ବାଦିକ ସମ୍ମାନରେ ଶ୍ରୀ ପ୍ରଦ୍ୟୁମ୍ନ କୁମାର ଶତପଥୀ ଓ ଶ୍ରୀ ପ୍ରଦୋଷ ପଟ୍ଟନାୟକ, ଶ୍ରେଷ୍ଠ ବରିଷ୍ଠ ସମ୍ବାଦଦାତା ସମ୍ମାନରେ ଶ୍ରୀ ଲଲାଟେନ୍ଦୁ ସେନାପତି, ଯଶସ୍ବୀ ସାମ୍ବାଦିକ ସମ୍ମାନରେ ସୁବାଷ ଚନ୍ଦ୍ର ପ୍ରଧାନ, ନାଟ୍ୟଶ୍ରୀ ଉପନ ଚରଣ ସାହୁ, ଆନ୍ତର୍ଜାତିକ ସାମ୍ବାଦିକ ତଥା ଚିନ୍ମୟ ଫାଉଣ୍ଡେସନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କୁ ସ୍ୱତନ୍ତ୍ର ଭାବରେ ସମ୍ବର୍ଦ୍ଧିତ କରାଯିବା ସହ ଆନ୍ତର୍ଜାତିକ ଗଣ ମାଧ୍ୟମ ମାନଙ୍କ ମଧ୍ୟରେ ଭାରତର ନ୍ୟୁଜ ଦି ୱାର୍ଲଡ଼ ଷ୍ଟାର ଇଣ୍ଟରନେସନାଲ, ତାଞ୍ଜାନିଆର ଡିରାମାକିନି, କେନିଆଁର ଦି ଫାଇଣ୍ଡର ଓ କ୍ରିଏଟିଭ ରାଇଟର ନ୍ୟୁଜପେପର, ଉତ୍ତର ଆଫ୍ରିକାର ଆଫ୍ରିକା ୱାର୍ଲଡ଼ ରିପୋର୍ଟ, ଗ୍ରେନେଡାର ଦି ଲିଡ଼ ନ୍ୟୁଜପେପର ଆଦିଙ୍କୁ ସ୍ୱତନ୍ତ୍ର ମାନପତ୍ର ପ୍ରଦାନ ସହ ସମ୍ବର୍ଦ୍ଧନା ଦିଆଯାଇଥିଲା। ଶେଷରେ ଅନୁଷ୍ଠାନର ଉପଦେଷ୍ଟା ନିରଦ ଚନ୍ଦ୍ର ଜେନା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.