ୟୁଏଆଇଏଲ୍‍କୁ ଆଇଜିଏମସି ପୁରସ୍କାର

ରାୟଗଡ/କାଶିପୁର: ନିଜ ସଫଳତାରେ ଆଉ ଏକ ଅଧ୍ୟାୟ ଯୋଗକରି ଆଦିତ୍ୟ ବିର୍ଲା ଗ୍ରୁପ୍‍ର ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ (ୟୁଏଆଇଏଲ) ତାହାର ସବୁଜ ବିନିର୍ମାଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଏବଂ ଭାରତୀୟ ଅର୍ଥନୀତିକୁ ଦୀର୍ଘସ୍ଥାୟୀ କରିବା ଦିଗରେ ଆଗେଇନେବା ଉଦ୍ୟମ ପାଇଁ ଆଇଜିଏମସି (ଇଣ୍ଡିଆନ ଗ୍ରୀନ ମାନୁଫାକ୍‍ଚରିଂ ଚାଲେଞ୍ଜ) ପୁରସ୍କାର ହାସଲ କରିଛି । ସିଏନବିସି ଟିଭି୧୮ରେ ନିକଟରେ ଆଇଜିଏମସି ପୁରସ୍କାର ସମାରୋହର ସ୍ୱତନ୍ତ୍ର ଭର୍ଚୁଆଲ ପ୍ରସାରଣ ସମୟରେ ଅତ୍ୟାଧୁନିକ ପ୍ରଯୁକ୍ତି କୌଶଳର ବ୍ୟବହାର ଦିଗରେ ନିଜର ପ୍ରତିବଦ୍ଧତା ପ୍ରଦର୍ଶନ, ଏଲଡିସି (ଲଙ୍ଗ ଡିଷ୍ଟାନ୍ସ କନଭେୟର) ଜରିଆରେ ପରିବେଶ ଉପଯୋଗୀ କାର୍ଯ୍ୟପରିଚାଳନା, ନିମ୍ନ ଧାରରେ ଥିବା କାରଖାନାଗୁଡିକୁ ରେଳ ଯୋଗେ ସଂଯୋଗୀକରଣ, ଦୀର୍ଘସ୍ଥାୀୟ ଖଣି ଖନନ କାର୍ଯ୍ୟ ସହିତ ନିଜସ୍ୱ ବକ୍ସାଇଟ ଖଣି ଏବଂ ଉଚ୍ଚ ସାମର୍ଥ୍ୟ ବିଶିଷ୍ଟ ନିଜସ୍ୱ କୋ-ଜେନ୍‍ ଶକ୍ତି ଉତ୍ପାଦନ ପ୍ରକଳ୍ପ ପାଇଁ ୟୁଏଆଇଏଲ ନାମ ସ୍ୱତନ୍ତ୍ର ଭାବରେ ଉଲ୍ଲେଖ କରାଯାଇଥିଲା । ଆନ୍ତର୍ଜାତିକ ବିନିର୍ମାଣ ଗବେଷଣା ପ୍ରତିଷ୍ଠାନ ମାର୍ଗଦର୍ଶନରେ କାର୍ଯ୍ୟ ପରିଚାଳନା କରୁଥିବା ଆଇଜିଏମସି ଏକ ପୁରସ୍କାର ପ୍ରଦାନକାରୀ ମଞ୍ଚ, ଯାହା ବିନିର୍ମାଣ ସୁବିଧା ସହିତ ସଂଯୁକ୍ତ ଦୀର୍ଘସ୍ଥାୟୀ ମାନକଗୁଡିକରେ ଉନ୍ନତି ଆଣିବାର ନିରନ୍ତର ପିଛିଲା ରେକର୍ଡ ପ୍ରଦର୍ଶନ କରୁଥିବା ବିନିର୍ମାଣ ସଂସ୍ଥାଗୁଡିକୁ ସ୍ୱୀକୃତି ପ୍ରଦାନ କରିବାକୁ ସୃଷ୍ଟି କରାଯାଇଛି ।

Omkar Vasthu
Omkar Vasthu


ଏହି ଅବସରରେ ପ୍ରକାଶ କରି ୟୁଏଆଇଏଲ୍‍ର ୟୁନିଟ ହେଡ୍‍ ମଜହର ବେଗ୍‍ କହିଥିଲେ, “ୟୁଏଆଇଏଲ୍‍ରେ ଆମ ଚତୁର୍ପାଶ୍ୱର୍ରେ ବାସ କରୁଥିବା ଜନସାଧାରଣଙ୍କ ଜୀବନରେ ଉନ୍ନତି ଆଣିବାକୁ ଆମର ନିରନ୍ତରତା ବିନିର୍ମାଣ ଊର୍ଦ୍ଧ୍ୱକୁ ଯାଇ କାର୍ଯ୍ୟ କରୁଛି । ଆମେ ପ୍ଲାଣ୍ଟ ରିକଭରି କ୍ଷେତ୍ରରେ ଧାର୍ଯ୍ୟ ସୂଚୀ ସହିତ କାର୍ଯ୍ୟ ପରିଚାଳନା କରୁଛୁ ଏବଂ ବିଶ୍ୱର ଅନ୍ୟତମ କମ୍‍ ଖର୍ଚ୍ଚସାପେକ୍ଷ ଆଲୁମିନା ଉତ୍ପାଦନକାରୀ ହୋଇଛୁ । ଅଙ୍ଗାରକାମ୍ଳ ନିର୍ଗମନ ପରିମାଣରେ ଉଲ୍ଲେଖନୀୟ ହ୍ରାସ ସହିତ ଶକ୍ତି ବ୍ୟବହାର ଦୃଷ୍ଟିରୁ ବିଶ୍ୱସ୍ତରରେ ଧାର୍ଯ୍ୟ ମାନକ ମୁତାବକ ଆମେ ଅନ୍ୟତମ ବିନିର୍ମାଣକାରୀ ହୋଇଛୁ ।”

Pearl dental clinic
Near Ashish Medical Store, Bhawanipatna


ଉତ୍କଳ ଆଲୁମିନା ପକ୍ଷରୁ କଠିନ ବର୍ଜ୍ୟ ଜମା କରିବା ନିମନ୍ତେ ଜମି ବ୍ୟବହାର ହ୍ରାସ କରିବା ସହିତ ବିପୁଳ ପରିମାଣର ରେଡ ମଡ ଏବଂ ଫ୍ଲାଇ ଆଶ୍‍କୁ ସିମେଣ୍ଟ ଶିଳ୍ପର ବ୍ୟବହାର ନିମନ୍ତେ ଯୋଗାଇଦେବା ବାବଦରେ ବିପୁଳ ପୁଞ୍ଜିନିବେଶ କ୍ଷେତ୍ରରେ ଚାଲିଥିବା ଉଦ୍ୟମକୁ ଆଇଜିଏମସି ସ୍ୱୀକୃତି ଜଣାଇବା ବିଷୟକୁ ଉତ୍କଳ ଆଲୁମିନା ପରିବାର ଆନ୍ତରିକତାର ସହିତ ପ୍ରଶଂସା କରୁଛି । ଖଣି କାର୍ଯ୍ୟ ପରିଚାଳନା କ୍ଷେତ୍ରରେ ଜୈବ ବିବିଧତା ଆଣିବା ଏବଂ ଗୋଷ୍ଠୀ ଜଙ୍ଗଲ ବିକାଶ ନିମନ୍ତେ ଏହାର ଲକ୍ଷ୍ୟକୁ ଭୂରି ଭୂରି ପ୍ରଶଂସା କରାଯାଉଛି ।

Udyog Nursery
Udyogi Nursery

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ସହ କାଶିପୁର ପ୍ରତିନିଧି ଆଲାରାମ ଭତ୍ରାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.