କଳାହାଣ୍ଡି, (ନରୋତ୍ତମ ସେଲମା): କର୍ଲାମୁଣ୍ଡା ବ୍ଲକ ଓ ମ. ରାମପୁର ବ୍ଲକ ସୀମାରେ ଥିବା ଶାନ୍ତି ବନ ଠାରେ ନର୍ଲା, ମ. ରାମପୁର, କର୍ଲମୁଣ୍ଡା ବ୍ଲକର ପେନସନ ଭୋଗି କଳାକାର ମାନଙ୍କୁ ନେଇ ଜୋନାଲ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି।କଳାହାଣ୍ଡି ପେନସନ ଭୋଗି କଳାକାର ସଂଘର ସଭାପତି ନାଟ୍ୟ ଭୂଷଣ ପ୍ରଦୀପ ଧଙ୍ଗଡାମାଝିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ ସମ୍ମାନିତ ଅତିଥି ଭାବେ କର୍ଲାମୁଣ୍ଡା ବ୍ଲକ କଳା ଓ ସଂସ୍କୃତି ସଂଘ ଉପସଭାପତି ଭାଗିରଥି ଷଡଙ୍ଗୀ, ମ. ରାମପୁର ବ୍ଲକ ଉପସଭାପତି ଶ୍ରୀପତି ପଟ୍ଟନାୟକ, ଜିଲ୍ଲା କମିଟି ଉପସଭାପତି ସତ୍ୟନାରାୟଣ ମେହେର, ସହ ସମ୍ପାଦକ କାଁହୁ ଚରଣ ଗଉଡ଼ ପ୍ରମୁଖ ଯୋଗଦେଇ ପେନସନ ଭୋଗି କଳାକାର ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ସହ ପେନସନ ପାଇବାକୁ ଯୋଗ୍ୟ ଥିବା କଳାକାର ମାନଙ୍କୁ ସରକାରଙ୍କ ପେନସନ ଯୋଜନାରେ ସାମିଲ କରିବା ନେଇ ସରକାରଙ୍କ ଦୃଷ୍ଟିଆକର୍ଷଣ କରିବାକୁ ନିଷ୍ପତ୍ତି ହୋଇଥିଲା। ଏହି ଅବସରରେ ଜୋନାଲ ସ୍ତରୀୟ କମିଟି ସଭାପତି ଭାବେ ଶ୍ରୀପତି ପଟ୍ଟନାୟକ, ଉପସଭାପତି କ୍ଷୀର ସାଗର ସାହୁ, ସମ୍ପାଦକ ଗୋପାଳ ଚନ୍ଦ୍ର ବାରିକ, ସହ ସମ୍ପାଦକ ନବୀନ ବିଶ୍ୱାଳ, କୋଷାଧ୍ୟକ୍ଷ ଜଗ ମୋହନ ରଣା ପ୍ରମୁଖ ମନୋନୀତ ହୋଇଥିଲେ।ଦୁର୍ଗାପ୍ରସାଦ ସାହୁ ବୈଠକର ସଂଯୋଜନା କରିଥିଲେ।