ସରିଆଁର ମିଲନ କୁମାର ଭୋଇଙ୍କୁ ପ୍ରକୃତି ବନ୍ଧୁ ଏବଂ ମା ପାଝରାଣୀ ସାଂସ୍କୃତିକ ଅନୁଷ୍ଠାନ ତୁଲାପଡାକୁ ପ୍ରକୃତି ମିତ୍ର ପୁରସ୍କାର

କଳାହାଣ୍ଡି, ( ଲିଙ୍ଗରାଜ ମିଶ୍ର ): ନର୍ଲା ବ୍ଲକ ସରିଆଁ ଗ୍ରାମର ଯୁବ ସ୍ବେଚ୍ଛାସେବୀ ମିଲନ କୁମାର ଭୋଇ ମର୍ଯ୍ୟଦାଜନକ ପ୍ରକୃତି ବନ୍ଧୁ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ସେହିପରି ଭାବେ ନର୍ଲା ବ୍ଲକ ତୁଲାପଡାର ମା ପାଝରାଣୀ ସାଂସ୍କୃତିକ ଅନୁଷ୍ଠାନ ପ୍ରକୃତି ମିତ୍ର ସମ୍ମାନ ପ୍ରାପ୍ତ ହୋଇଥିବା ଜଣାପଡିଛି। ପରବେଶ ସୁରକ୍ଷା ଓ ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମିଲନ କୁମାର ଭୋଇ ଓ ମା ପାଝରାଣୀ ସାଂସ୍କୃତିକ ଅନୁଷ୍ଠାନକୁ ଏଦୁଇ ସମ୍ମାନ ମିଳିଛି।


ଶ୍ରୀ ଭୋଇ ନେହେରୁ ଯୁବକେନ୍ଦ୍ର କଳାହାଣ୍ଡିର ପୂର୍ବତନ ଜାତୀୟ ଯୁବ ସ୍ବେଚ୍ଛାସେବୀ ଭାବେ ତୃଣମୂଳ ସ୍ତରରେ କାର୍ଯ୍ୟ କରିଛନ୍ତି। ଏହାସହ ଅଞ୍ଚଳରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ସହ ପ୍ରକୃତିର ସୁରକ୍ଷା ପାଇଁ ବିଭିନ୍ନ ଜନସଚେତନତା କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ରାଜ୍ୟ ପରିବେଶ ଓ ଜଙ୍ଗଲ ବିଭାଗ ପକ୍ଷରୁ ଜିଲ୍ଲା ବନବିଭାଗ କାର୍ଯ୍ୟାଳୟରେ କଳାହାଣ୍ଡି ଜିଲ୍ଲାର ୧୩ ବ୍ଲକରୁ ଚୟନ ହୋଇଥିବା ପ୍ରକୃତିପ୍ରେମୀ ମାନଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ନର୍ଲା ବ୍ଲକ ପାଇଁ ମିଲନ କୁମାର ଭୋଇ ଚୟନ ହୋଇ ପ୍ରକୃତି ବନ୍ଧୁ ପୁରସ୍କାର ପାଇଛନ୍ତି। ଅତିରିକ୍ତ ଜିଲ୍ଲା ବନବିଭାଗ ଅଧିକାରୀ ମଳୟ ରଞ୍ଜନ କାଲୋ ଏବଂ ଉପ ସଂରକ୍ଷଣ ଅଧିକାରୀ ଜିତେନ୍ଦ୍ର ସାହୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.