ସ୍କୁଲ ବାଟ ଭୁଲିଲେଣି ପିଲା: ପାଠଘର ଶୁନ୍, ଦିନଯାକ ଚାଲିଛି ପାଲା

କଳାହାଣ୍ଡି, ୨୪|୮ (ଲିଙ୍ଗରାଜ ମିଶ୍ର): ମହାମାରୀ କରୋନା ସଂକଟ ଯୋଗୁଁ ସ୍କୁଲ ବନ୍ଦ ରହିଛି। କରୋନା ଛାଟ ପିଲାଙ୍କ ପାଠପଢା କିଛି ଦିନ ହେଲା କେବଳ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଯାଇ ପାଠ ପଢ଼ୁଛନ୍ତି। ତେବେ ୨ବର୍ଷ ହେଲା ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ବିଦ୍ୟାଳୟର ଦ୍ବାର ଦେଖିନାହାନ୍ତି। ଅନଲାଇନ୍ ପାଠ ଚାଲିଥିଲେ ମଧ୍ୟ ନେଟୱର୍କ, ମୋବାଇଲ ଓ ବିଭିନ୍ନ କାରଣ ଯୋଗୁଁ ଅନେକ ଶିଶୁ ଏଥିରୁ ବଞ୍ଚିତ ହେଉଛନ୍ତି। ଫଳରେ ଶୈକ୍ଷିକ ବାତାବରଣ ନପାଇ ଗ୍ରାମାଞ୍ଚଳର ଅଧିକାଂଶ ପିଲା ମୈ।ଳିକ ଶିକ୍ଷା ଠାରୁ ବହୁ ପଛକୁ ଫେରି ଯାଇଥିବା ବେସରକାରୀ ଅଧ୍ୟୟନରୁ ଜଣାପଡ଼ିଛି। ବିଦ୍ୟାଳୟ ବନ୍ଦ ରହୁଥିବାରୁ ଛାତ୍ରଛାତ୍ରୀଙ୍କ ଶିକ୍ଷାର ଅଭିବୃଦ୍ଧିରେ ସଠିକ ସହାୟକ ହୋଇ ପାରିଲା ନାହିଁ। ସ୍କୁଲ ଯାଉ ନଥିବାରୁ ପିଲାଏ ଦିନର ବିଭିନ୍ନ ସମୟରେ ଏଣେତେଣେ ବୁଲୁଥିବା ଦୃଷ୍ଟି ଗୋଚର ହେଉଛି। ଅବିଭାବକମାନେ ପିଲାଙ୍କୁ ଆଉ ସମ୍ଭାଳି ପାରୁ ନଥିବା ପ୍ରକାଶ କରିଛନ୍ତି। ପିଲାଏ ନାଳରୁ ମାଛ ଧରିବାସହ ଅନେକ ସମୟରେ ଏକାଠି ହୋଇ ହୋ ହା ହେଉଥିବା ଦେଖାଯାଇଛି। ଏହାରି ଭିତରେ ସେମାନେ ପାଠ ସବୁ ଭୁଲିଯାଇ ସାଙ୍ଗସାଥୀ ମେଳରେ ମସ୍ତି କରିବାକୁ ଭଲ ପାଉଛନ୍ତି। ପିଲାଙ୍କ ପାଠ ଘର ଶୁନ୍ୟ ଓ ବାଳୁଙ୍ଗାମୀ ବଢୁଥିବାରୁ ଅବିଭାବକମାନେ ଚିନ୍ତିତ ରହୁଥିବା ଦେଖାଯାଉଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.