ନୂଆପଡା, ୨୪|୮: ସଦର ବ୍ଲକ ସୀଲଦା ସ୍ଥିତ ନେସନାଲ କଲେଜ ଠାରେ ଜିଲ୍ଲା ସ୍ତରୀୟ ଯୁବ ରେଡକ୍ରସ ତରଫରୁ ବାର୍ଷିକ ଯୋଜନା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଯୁବ ରେଡକ୍ରସ ତଥା ନେଲନାଲ କଲେଜର ଅଧ୍ୟକ୍ଷା ପ୍ରଫେସର କବିତା ରଥଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଯୁବ ରେଡକ୍ରସ ଆବାହକ ତଥା ସମ୍ପାଦକ ଭୁଖନ ରାମ ଅହୀର ସଂଯୋଜନା କରି ଥିଲେ। ଏଥିରେ ଯୁବ ରେଡକ୍ରସ ରାଜ୍ୟ ଅଧିକାରୀ ଡ଼. ଅଜୟ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ରେଡକ୍ରସ ରାଜ୍ୟ କନିଷ୍ଠ ଅଧିକାରୀ ଲକ୍ଷ୍ମଣ କୁମାର ସ୍ୱାଇଁ, ନେସନାଲ କଲେଜର ଅବସର ପ୍ରାପ୍ତ ଅଧ୍ୟକ୍ଷ ସମରେନ୍ଦ୍ର ନାରାୟଣ ଦାସ, ଯୁବ ରେଡକ୍ରସ ଜିଲ୍ଲା ସଂଯୋଜକ ଅଶ୍ୱିନୀ ହୋତା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଥିଲେ। ଏଥିରେ ଜିଲ୍ଲାର ସମସ୍ତ ମହାବିଦ୍ୟାଳୟର ଯୁବ ରେଡକ୍ରସର ପରାମର୍ଶ ଦାତା ଯୋଗଦାନ କରିଥିଲେ। ବୈଠକରେ ଯୁବ ରେଡକ୍ରସର ଚଳିତ ବର୍ଷର ବାର୍ଷିକ ଯୋଜନା ସବୁ ଉପସ୍ଥାପନ କରାଯାଇଥିଲା। ଏହି ଅନୁସାରେ କ୍ଲଷ୍ଟର ସ୍ତରୀୟ ପ୍ରଶିକ୍ଷଣ ଶିବିର, ରକ୍ତଦାନ, ପ୍ରାଥମିକ ଚିକିତ୍ସା, ବୃକ୍ଷ ରୋପଣ, ପ୍ରାକୃତିକ ବିପର୍ଯୟ ପରିଚାଳନର ପ୍ରସ୍ତୁତି ପ୍ରମୁଖ ବିଭିନ୍ନ କାର୍ଯ୍ୟକ୍ରମ ଜିଲ୍ଲାରେ ଆୟୋଜନ କରିବାକୁ ନିଷ୍ପତି ନିଆଯାଇଥିଲା। ମହାବିଦ୍ୟାଳୟର ଅବସର ପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ଦାସଙ୍କୁ ରାଜ୍ୟ ଯୁବ ରେଡ କ୍ରସ ଅଧିକାରୀ ଡ଼. ତ୍ରିପାଠୀ ସମ୍ବର୍ଦ୍ଧିତ କରିଥିଲେ। ଜିଲ୍ଲା ସଂଯୋଜକ ଅଶ୍ୱିନୀ ଓତା ସମସ୍ତ ବାର୍ଷିକ ବିବରଣୀ ପାଠ କରିଥିଲେ। ଖରିଆର ସ୍ୱୟଂ ଶାସିତ ମହାବିଦ୍ୟାଳୟର ପରାମର୍ଶ ଦାତା ଡ଼ ତରୁଣ କୁମାର ପ୍ରଧାନ ବୈଠକ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।
ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର ବାଗ (ରାହୁଲ)ଙ୍କ ରିପୋର୍ଟ OdiaBarta.in