ଆମାଜନ୍ ରେ ବିକ୍ରି ନିମନ୍ତେ ପ୍ରସ୍ତୁତି ହେଉଛି ନିୟମଗିରି ଝାଡୁ

● ରାଜ୍ୟ ତଥା ଦେଶସାରା ରହିଛି ଚାହିଦା

ଗୁଣୁପୁର, ୨୪|୮ (ଦିଲୀପ କୁମାର ପଣ୍ଡା): ନିୟମଗିରିର ଡ଼ଙ୍ଗରିଆ ଜନଜାତିଙ୍କ ହାତରୁ ନିର୍ମିତ କପଡାଗୁନ୍ଦା ସାଲ୍ ସ୍ବତନ୍ତ୍ର ପରିଚୟ ହାସଲ କରିସାରିବା ପରେ ଏବେ ଏହିଅଞ୍ଚଳର ଝାଡୁ ଦ୍ବିତୀୟ ସାମଗ୍ରୀ ଭାବେ ଜାତୀୟ ବଜାରକୁ ପ୍ରବେଶ କରିବାକୁ ଯାଉଛି। ଆମାଜନ୍ ରେ ଅନଲାଇନ୍ ବିକ୍ରି ନିମନ୍ତେ ଚାଲିଛି ପ୍ରସ୍ତୁତି। ରାୟଗଡା ଜିଲ୍ଲା ବିଷମକଟକ ସ୍ଥିତ ଦକ୍ଷତା ତାଲିମ ଶିବିରରେ ଚାଲିଛି ଭଳିକି ଭଳି ରଙ୍ଗବେରଙ୍ଗର ଝାଡୁ। ଦେଖିବାକୁ ଯେମିତି ସୁନ୍ଦର , ବ୍ୟବହାର କରିବା ନିମନ୍ତେ ମଧ୍ୟ ବେଶ ଉପଯୋଗି। ଆଗକୁ ରାଜ୍ୟ ତଥା ରାଜ୍ୟ ବାହରେ ବକ୍ରିହେବା ସହ ଆମାଜନ୍ ରେ ବିକ୍ରି ନିମନ୍ତେ ମଧ୍ୟ ଲକ୍ଷ୍ୟ ରଖାଯାଇଛି। ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ କୁର୍ଲୀ ପଞ୍ଚାୟତର ବ୍ୟବସାୟୀଙ୍କ ମାଧ୍ୟମରେ ଡଙ୍ଗରିଆ କନ୍ଧଙ୍କ ଠାରୁ କିଣାହେଉଛି ଏହି ଝାଡୁ। ଏହାକୁ ଆଣିଲା ପରେ ଉନ୍ନତମାନର ଝାଡୁ ପ୍ରସ୍ତୁତି ନିମନ୍ତେ କଲିକତାର କିଛି କାରିଗରଙ୍କୁ ମଧ୍ୟ ଏହି କାର୍ଯ୍ୟରେ ନିୟଜିତ କରାଯାଇଛି।କାରିଗରମାନେ ମହିଳାମାନଙ୍କୁ ତାଲିମ ଦେଉଛନ୍ତି। ବିଷମକଟକ ଅଞ୍ଚଳର କେତେକ ସ୍ବୟଂ ସହାୟକ ଗୋଷ୍ଚିର ମହିଳାମାନେ ମଧ୍ୟ ଏଠାରେ ଝାଡୁ ପ୍ରସ୍ତୁତ ନିମମ୍ତେ ଜରସର୍ ରେ ତାଲିମ ନେଉଛନ୍ତି। ମହିଳାମାନେ ତାଲିମ ସମାପ୍ତ ପରେ ନିଜେ ଝାଡୁ ପ୍ରସ୍ତୁତ କରି ଦୁଇପଇସା ରୋଜଗାର କରିବୁ ବୋଲି ଆଶା ମଧ୍ୟ ରଖିଛନ୍ତି।ସବୁଠାରୁ ବଡକଥା ନିୟମଗୁରିରୁ ଆସୁଥିବା ଝାଡୁ ସବୁଠାରୁ ଭଲଝାଡୁ ବୋଲି କହିଛନ୍ତି କଲିକତାରୁ ଆସିଥିବା କାରିଗର। ସେପଟେ ଝାଡୁ ପ୍ରସ୍ତୁତି କାର୍ଯ୍ୟ ପ୍ଲାଷ୍ଚିକ କଭର ଓ ଏବଂ ଷ୍ଚିଲ୍ ପାଇପ ଦେଇ ସୁନ୍ଦର ଭାବେ ପ୍ରସ୍ତୁତି କରାଯାଉଛି। ଓରମାସ୍ ଓ ଓଡିଶା ଜୀବିକା ମିଶନର ତତ୍ବାବଧାନରେ ପ୍ରସ୍ତୁତି କାର୍ଯ୍ୟ ଚାଲିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.