ବିଭିନ୍ନ ସ୍ଥାନରେ ପାଳିତ ହେଲା ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ, ଆଜି ନନ୍ଦୋତ୍ସବ ପାଇଁ ଉତ୍ସବ ମୁଖର ପରିବେଶ

କଳାହାଣ୍ଡି, ୩୧|୮ (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକର ବିଭିନ୍ନ ସ୍ଥାନରେ ସୋମବାର ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇ ଯାଇଥିବାବେଳେ ଆଜି ନନ୍ଦୋତ୍ସବ ପାଇଁ ଉତ୍ସବ ମୁଖର ହୋଇ ଉଠିଛି ପୁରପଲ୍ଲୀ । ବିଭିନ୍ନ ମଠ ମନ୍ଦିର, ଅନୁଷ୍ଠାନ ଓ ଘରେ ଘରେ ଭଗବାନ ଶ୍ରୀକୃଷ୍ଣଙ୍କ ପୂଜାର୍ଚ୍ଚନା ଓ ଉତ୍ସବ ହୋଇଥିବା ଦେଖା ଯାଇଥିଲା । ବୁଢିପଦର ସ୍ଥିତ ପ୍ରାଚୀନ ଦେବଗିରି ମଠ, ନର୍ଲା ଜଗନ୍ନାଥ ମନ୍ଦିର, ନର୍ଲା ତ୍ରୀନାଥ ମନ୍ଦିର, ନର୍ଲାରୋଡ ରାଧାକୃଷ୍ଣ ମନ୍ଦିର, ରୁପ୍ରାରୋଡ ଜଗନ୍ନାଥ ମନ୍ଦିର, ମାଣ୍ଡେଲ ଜଗନ୍ନାଥ ମନ୍ଦିର, ସେରଗଡ ଜଗନ୍ନାଥ ମନ୍ଦିର, ତୁଲାପଡ ଜଗନ୍ନାଥ ମନ୍ଦିର, ସରିଆଁ ଜଗନ୍ନାଥ ମନ୍ଦିର, ରୁପ୍ରା ଜଗନ୍ନାଥ ମନ୍ଦିରରେ ଏନେଇ ସ୍ବତନ୍ତ୍ର ନୀତି ସମ୍ପାଦିତ ହୋଇଛି। ପରମ୍ପରା ଅନୁକ୍ରମେ ଦେବଗିରି ମଠର ଗର୍ଭଗୃହରେ ଯାଦବ ସଂପ୍ରଦାୟର ମହିଳାମାନେ ଶ୍ରୀକୃଷ୍ଣ ଜନ୍ମନୀତି ସଂପନ୍ନ କରିଥିଲେ। ଏହାସହ ଧଅଁରାମାଲର ପିପୋଲପଡା, ନର୍ଲାରୋଡ ରାଧାକୃଷ୍ଣ ମନ୍ଦିର ସମେତ ଅନେକ ଗ୍ରାମରେ ସାମୁହିକ ଜନ୍ମାଷ୍ଟମୀ ବ୍ରତ ପାଳିତ ହୋଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.