କଳାହାଣ୍ଡି, ୩୧|୮ (ଲିଙ୍ଗରାଜ ମିଶ୍ର): ମୋ ଲେଖା ମୋ ଦୁନିଆ ସାହିତ୍ୟ ସଂସଦ ଭବାନୀପାଟଣା ପକ୍ଷରୁ ଜନ୍ମାଷ୍ଟମୀର ଶୁଭ ଅବସରରେ ଏକ ରାଜ୍ୟ ସ୍ତରୀୟ ଭର୍ଚୁଆଲ କବିତା ଆସର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ କବି ତଥା ଯୋଗଗୁରୁ ସନାତନ ମହାକୁଡ଼ ଉପସ୍ଥିତ ରହି କବି ଓ କବୟତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ଅନୁଷ୍ଠାନର ମାର୍ଗଦର୍ଶକ ଚନ୍ଦ୍ରକାନ୍ତ ବିଶ୍ୱାଳ ଓ ଡ଼ଃ. ଭବାନୀ ଶଙ୍କର ନିଆଲ, ମୁଖ୍ୟ ଉପଦେଷ୍ଟା ଭାରତୀ ରଥ, ସମ୍ପାଦକ ଦୁର୍ଗାଶଙ୍କର ଦେ, ଅଜିତ କୁମାର ଭୋଇ, ଜ୍ଞାନେନ୍ଦ୍ର ଭୋଇ, ନରତ୍ତମ ପାତ୍ର, ମନ୍ମଥ ସ୍ୱାଇଁ, ଅନୁଷ୍ଠାନର ପ୍ରତିଷ୍ଠାତା ଖୁସିରାମ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଆସରରେ ଓଡିଶାର କୋଣ ଅନୁକୋଣରୁ ଶତାଧିକ କବି ଓ କବୟତ୍ରୀ ଅଂଶଗ୍ରହଣ କରି ସ୍ବରଚିତ କବିତା ପାଠ କରିଥିଲେ।