ଚେନ୍ନାଇ ସୃଜନୀ ପରିବାର ପକ୍ଷରୁ ‘କଳା ସୌରଭ-କଳାହାଣ୍ଡି’ କାର୍ଯ୍ୟକ୍ରମ

ଭବାନୀପାଟଣା, ୩୦|୮: ସୃଜନୀ ପରିବାର ଚେନ୍ନାଇ ପକ୍ଷରୁ ଆଜି କଳା ସୌରଭ – କଳାହାଣ୍ଡି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଡିଜିଟାଲ ପ୍ଲାଟଫର୍ମ ଗୁଗୁଲ ମିଟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅବିଭକ୍ତ କଳାହାଣ୍ଡି ଜିଲ୍ଲାର କଳା, ସାହିତ୍ୟ ଓ ସଂସ୍କୃତି ଉପରେ ଚର୍ଚ୍ଚା ହୋଇଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଲୋକ ସଂସ୍କୃତି ଗବେଷକ ପରମେଶ୍ଵର ମୁଣ୍ଡ, ମୁଖ୍ୟବକ୍ତା ଅଧ୍ୟାପକ ସତ୍ୟନାରାୟଣ ମୁଣ୍ଡଛିନା, ସମ୍ମାନିତ ଅତିଥି ଲୋକଗୀତ ଗାୟକ ସର୍ବେଶ୍ୱର ଭୋଇ ଯୋଗ ଦେଇଥିଲେ। କଳାହାଣ୍ଡିର ଲୋକ ସଂସ୍କୃତି, ସାହିତ୍ୟ, ଐତିହ୍ୟ ଓ ପରମ୍ପରା, ଲୋକନୃତ୍ୟ ଓ ସଂଗୀତ ଉପରେ ଅତିଥି ମାନେ ବିଶଦ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା ନିର୍ଦ୍ଦେଶିକା ସୁମତି ମୁଣ୍ଡ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ।

Omkar Vasthu
Omkar Vasthu


ପରିବାର ଉପଦେଷ୍ଟା ଆଶୁତୋଷ ସାମନ୍ତସିଂହାର ସ୍ୱାଗତ ଭାଷଣ ଦେଇଥିବା ବେଳେ ରମେଶ ଚନ୍ଦ୍ର ପସାଏତ୍ ଉପସ୍ଥାପନ କରିଥିଲେ।ଅଶୋକ ସାମନ୍ତ ସମ୍ପାଦକୀୟ ଅଭିବ୍ୟକ୍ତି ରଖିଥିଲେ। ଦିବ୍ୟାଂଶା ମୁଣ୍ଡ ଜଗନ୍ନାଥ ଭଜନ ପରିବେଷଣ କରିଥିଲେ। ଦୌପଦୀ ଜଗତ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ। ଯୁବ ଗାଳ୍ପିକ ଡିଲେଶ୍ୱର ରଣା ଓ ବେତାର ଉପସ୍ଥାପିକା ସାବିତ୍ରୀ ମହାରଣା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଏହି ଅବସରରେ ଆୟୋଜିତ ସଂଗୀତ ସନ୍ଧ୍ୟାରେ ଯୁବ କଣ୍ଠଶିଳ୍ପୀ ସଂଗୀତା ରାଉତ, ଲୋକଗୀତ ଗାୟକ ନିଳାଞ୍ଚଳ ପାନ, ଲିପ୍ସା ମହାରଣା ପ୍ରମୁଖ କଳାହାଣ୍ଡିଆ ଲୋକଗୀତ ପରିବେଷଣ କରିଥିଲେ। ଏଥିରେ ଓଡ଼ିଶାର ବିଭିନ୍ନ ଅଞ୍ଚଳର ଶ୍ରୋତା ଯୋଗଦେଇ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.