ପ୍ରଧାନ ଶିକ୍ଷକଙ୍କ ଦ୍ୱାରା ସ୍କୁଲ ଅନୁଦାନ ହଡ଼ପ ଅଭିଯୋଗ: ବିଇଓଙ୍କ ଠାରେ ଫେରାଦ ହେଲେ ବିଦ୍ୟାଳୟ ପରିଚାଳନା କମିଟି

● ‘ଉଚ୍ଚ ସ୍ତରୀୟ ତଦନ୍ତ କଲେ ଶିକ୍ଷା ବିଭାଗର ଅନେକ ଦୁର୍ନୀତି ଲୋକ ଲୋଚନକୁ ଆସିବ’

କୋକସରା, (ହିରଣ୍ୟ ବେହେରା): ପ୍ରଧାନଶିକ୍ଷକଙ୍କ ଦ୍ବାରା ସ୍କୁଲ ଅନୁଦାନ ହଡ଼ପ ହୋଇଥିବା ପରି ଏକ ସଂଗୀନ ଅଭିଯୋଗ ଆଣିଛନ୍ତି ବିଦ୍ୟାଳୟ ପରିଚାଳନା କମିଟି। ଏନେଇ କୋକସରା ବିଇଓଙ୍କ ଠାରେ ସଂପୃକ୍ତ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଓ ସଦସ୍ୟମାନେ ଲିଖିତ ଅଭିଯୋଗ କରିଛନ୍ତି। ପ୍ରାପ୍ତ ସୂଚନାନୁଯାୟୀ କୋକସରା ବ୍ଲକ ତୁନଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଉନ୍ନତିକରଣ ପାଇଁ ୨୦୧୯ରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରୁ ୭୦ ହଜାର ଟଙ୍କା ଅନୁଦାନ ଆସିଥିଲା। ଏହି ଅନୁଦାନରୁ ସ୍କୁଲର ଆବଶ୍ୟକୀୟ ମରାମତି, ଶୌଚାଳୟ ପାଇଁ ଟଙ୍କା ଖର୍ଚ୍ଚ କରିବାକୁ ସେହି ସମୟରେ ଉକ୍ତ ଅନୁଦାନ ରାଶିକୁ ୨୬/୦୮/୨୦୧୯ରେ ବିଦ୍ୟାଳୟ ପରିଚାଳନା କମିଟି ସୁପାରିଶ ଓ ରେଜୁଲେସନ କ୍ରମେ ସ୍କୁଲର ପ୍ରଧାନ ଶିକ୍ଷକ ଉଠାଣ କରିଥିଲେ। ତେବେ ଉକ୍ତ ଅନୁଦାନକୁ ବିଦ୍ୟାଳୟର କୌଣସି କାର୍ଯ୍ୟରେ ନ ଲଗାଇ ପ୍ରଧାନ ଶିକ୍ଷକ ଆତ୍ମସାତ କରିଥିବା ନେଇ ପରିଚାଳନା କମିଟିର ସଦସ୍ୟମାନେ ଶୁକ୍ରବାର କୋକସରା ବିଇଓଙ୍କ ନିକଟରେ ଅଭିଯୋଗ କରିଛନ୍ତି। ସ୍କୁଲ କମିଟି ବିଭିନ୍ନ ସମୟରେ ଉକ୍ତ ଅନୁଦାନ କେଉଁ କାର୍ଯ୍ୟରେ ଖର୍ଚ୍ଚ ହୋଇଛି ତା’ର ହିସାବ ମାଗିଥିଲେ ମଧ୍ୟ ସଂପୃକ୍ତ ପ୍ରଧାନ ଶିକ୍ଷକ କମିଟିର କଥାକୁ ଭ୍ରୁକ୍ଷେପ କରୁନଥିବା ଅଭିଯୋଗ ହୋଇଛି। ଶୁକ୍ରବାର ଦିନ ବିଦ୍ୟାଳୟ ପରିଚାଳନା କମିଟିର ଚେୟାରପରସନ୍ ପ୍ରେମଲାଲ ଶବର, ସଦସ୍ୟ ପରାସର ବେମାଲ, କୈଳାସ ଚନ୍ଦ୍ର ନାଏକ ପ୍ରମୁଖ କୋକସରା ବିଇଓ କାର୍ଯ୍ୟାଳୟକୁ ଆସିଥିଲେ। ତେବେ ବିଇଓ ଅନୁପସ୍ଥିତ ଥିବା କାରଣରୁ ଅତିରିକ୍ତ ଶିକ୍ଷା ଅଧିକାରୀ ତୋଫାନ ମାଝୀଙ୍କୁ ଲିଖିତ ଭାବେ ଅଭିଯୋଗ ପତ୍ର ଦେଇ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ। ଏ ନେଇ ଅତିରିକ୍ତ ଶିକ୍ଷା ଅଧିକାରୀ ତଥା ବିଆରସି ତୋଫାନ ମାଝୀଙ୍କ ପ୍ରତିକ୍ରିୟା ନେବାରୁ ଅଭିଯୋଗ ହୋଇଛି, ତଦନ୍ତ କରାଯିବ ଯଦି କୌଣସି ଅନିୟମିତତା ହୋଇଛି ତାହେଲେ ପ୍ରଧାନ ଶିକ୍ଷକ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି। ଅନ୍ୟପକ୍ଷରେ କୋକସରା ବ୍ଳକର ଅନେକ ବିଦ୍ୟାଳୟରେ ସରକାର ବିଦ୍ୟାଳୟ ଉନ୍ନୟନ ପାଇଁ ଦେଇଥିବା ପାଣ୍ଠିକୁ ପ୍ରଧାନଶିକ୍ଷକ ମାନେ ହଡପ କରିଥିବା ଅଭିଯୋଗ ହେଉଛି। ଏହାର ଉଚ୍ଚ ସ୍ତରୀୟ ତଦନ୍ତ କଲେ ଶିକ୍ଷା ବିଭାଗର ଅନେକ ଦୁର୍ନୀତି ଲୋକ ଲୋଚନକୁ ଆସିବ ବୋଲି ଶିକ୍ଷାବିତମାନେ ମତ ପ୍ରକାଶ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.