ଚୈତ୍ର ମାସରେ ପ୍ରତିଷ୍ଠା ହେବ ନର୍ଲାରୋଡ ଦୁର୍ଗା ମନ୍ଦିର

● ମନ୍ଦିରର ଉଚ୍ଚତା ରହିଛି ୫୧ ଫୁଟ, ଭିଏତନାମ ମାର୍ବଲରେ ତିଆରି ଦୁର୍ଗା ମାଙ୍କ ମୂର୍ତ୍ତି ଅଣାଯିବାର ଯୋଜନା ରହିଛି

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ଅଞ୍ଚଳରେ ଭବ୍ୟ ଦୁର୍ଗା ମନ୍ଦିର ନଥିବା ବେଳେ ନର୍ଲାରୋଡରେ ନିର୍ମାଣାଧିନ ଦୁର୍ଗା ମନ୍ଦିରକୁ ନେଇ ଅନେକ ଆଶା ବାନ୍ଧିଛନ୍ତି ଅଞ୍ଚଳବାସୀ । ନର୍ଲାରୋଡ ଧର୍ମଶାଳା ପରିସରରେ ୨୦୦୫ ମସିହାରୁ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ନର୍ଲାରୋଡର ଯୁବ ଉଦ୍ୟୋକ୍ତା ବିମଲ କୁମାର କେଡିଆ, ହମେଶ ଜୈନ, ମୁକେଶ ବଂସଲ, ୰ ସଞ୍ଜୟ ଶର୍ମା, ଜହରଲାଲ ବିଶ୍ୱାଳ, ମନୋଜ ଅଗ୍ରୱାଲ ପ୍ରମୁଖଙ୍କ ନେତୃତ୍ୱରେ କାର୍ଯ୍ୟ ଆଗେଇ ଚାଲିଥିବା ବେଳେ ଗତ ୨୦୨୦ ମସିହାରୁ କରୋନା କଟକଣା ଯୋଗୁଁ ମନ୍ଦିର ନିର୍ମାଣ କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି ହୋଇଥିଲା । କେବଳ ମନ୍ଦିର ନିର୍ମାଣ କମିଟି ବୋଲି ନୁହଁ ସର୍ଗିଗୁଡା ଗ୍ରାମ ପଞ୍ଚାୟତ ଅଧିନସ୍ଥ ଅଞ୍ଚଳବାସୀଙ୍କ ଆକୁଣ୍ଠ ସାହାଯ୍ୟ ସହଯୋଗ ଓ ସ୍ଥାନୀୟ ସରପଞ୍ଚ ନରସିଂହ କୁମାରଙ୍କ ବିଶେଷ ଅବଦାନ ଯୋଗୁଁ ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚି ଯାଇଛି । ବର୍ତ୍ତମାନ ମନ୍ଦିରର ନିର୍ମାଣ କାର୍ଯ୍ୟ ସରିଯାଇଥିବା ବେଳେ ମାର୍ବଲ କାମ ଚାଲିଛି ।

Omkar Vasthu
Omkar Vasthu


୫୧ ଫୁଟ ଉଚ୍ଚତା ବିଶିଷ୍ଟ ନର୍ଲାରୋଡର ଦୁର୍ଗା ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ସମୟରେ ତତ୍କାଳୀନ ନର୍ଲା ବିଧାୟକ ବଳଭଦ୍ର ମାଝୀଙ୍କ ୧ ଲକ୍ଷ ଟଙ୍କା ବିଧାୟକ ଅନୁଦାନ ପାଣ୍ଠିରେ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହାପରେ ସର୍ଗିଗୁଡାର ତତ୍କାଳୀନ ସରପଞ୍ଚ ତଥା ବର୍ତ୍ତମାନର ମନ୍ଦିର କମିଟି ସଦସ୍ୟ ହମେଶ କୁମାର ଜୈନ ୨୦୦୭ ମସିହାରେ ୨ ଲକ୍ଷ ଟଙ୍କା ବିଆରଜିଏଫ୍ ପାଣ୍ଠିରୁ ଅନୁଦାନ ଦେଇଥିଲେ । ଏହାପରେ ନର୍ଲାର ତତ୍କାଳୀନ ବିଧାୟକ ତଥା ବିରୋଧି ଦଳର ନେତା ରହିଥିବା ସମୟରେ ଭୁପିନ୍ଦର ସିଂ ୫ ଲକ୍ଷ ଟଙ୍କା ଓ ବର୍ତ୍ତମାନ ନର୍ଲା ବିଧାୟକ ଶ୍ରୀ ସିଂଙ୍କ ଅନୁଦାନ ପାଣ୍ଠି, ପଶ୍ଚିମ ଓଡିଶା ବିକାଶ ପରିଷଦ ତରଫରୁ ମଧ୍ୟ ଅନୁଦାନ ମିଳିଥିବା ଏବଂ ଅଦ୍ୟାବଧି ୨୫ ଲକ୍ଷ ଟଙ୍କା ମନ୍ଦିର ନିର୍ମାଣରେ ଖର୍ଚ୍ଚ ହୋଇ ସାରିଥିବା ବେଳେ ଆଗକୁ ଆହୁରି ୧୫ ଲକ୍ଷ ଟଙ୍କା ର ଆବଶ୍ୟକ ରହିଛି ବୋଲି କମିଟି ତରଫରୁ କୁହାଯାଇଛି ।

Pearl dental clinic
Near Ashish Medical Store, Bhawanipatna


ନର୍ଲାରୋଡ ଦୁର୍ଗା ମନ୍ଦିର ଆସନ୍ତା ଚୈତ୍ର ମାସରେ ପ୍ରତିଷ୍ଠା କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଭିଏତନାମ ମାର୍ବଲରେ ତିଆରି ଦୁର୍ଗା ମାଙ୍କ ମୂର୍ତ୍ତି ଅଣାଯିବାର ଯୋଜନା ରହିଛି ରହିଛି ବୋଲି କମିଟିର ସଦସ୍ୟ ହମେଶ ଜୈନ ମତବ୍ୟକ୍ତ କରିଛନ୍ତି । ଦୁର୍ଗା ମା ଙ୍କ ଭବ୍ୟ ମନ୍ଦିର ନିର୍ମିତ ହେବ ଏଥିରେ ତିଳେହେଲେ ସନ୍ଦେହ ନାହିଁ । ମନ୍ଦିର ନିର୍ମାଣରେ ଇଚ୍ଛୁକ ମା ଙ୍କ ଭକ୍ତ ମନ୍ଦିର ନିର୍ମାଣ ପାଇଁ ସହଯୋଗ ରାଶି କମିଟିଙ୍କୁ ପ୍ରଦାନ କରିପାରିବେ ବୋଲି କମିଟି ତରଫରୁ ଆଗ୍ରହ କରାଯାଇଛି । ଏବଂ ମନ୍ଦିର ନିର୍ମାଣ ସମୟରୁ ଯେଉଁ ଭକ୍ତ ବୃନ୍ଦ ବିଧାୟକ, ସାଂସଦ, ସରପଞ୍ଚ ଓ ଜନ ସାଧାରଣଙ୍କ ସହଯୋଗ ରହିଆସିଛି ସେମାନଙ୍କୁ ନର୍ଲାରୋଡ ଦୁର୍ଗା ମନ୍ଦିର ନିର୍ମାଣ କମିଟି ତରଫରୁ ଅନେକ ଅନେକ ଧନ୍ୟବାଦ ପ୍ରଦାନ କରିଛନ୍ତି ମନ୍ଦିର ନିର୍ମାଣ କମିଟି ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.