ଚାକିରି ଦେବା ନାଁରେ ଠକେଇ ଅଭିଯୋଗ

● କାନିଷ୍କ ଇନଷ୍ଟିଟ୍ୟୁସନ୍ ପ୍ରାଇଭେଟ୍ ଲିଃ. ନାଁରେ ଥାନାରେ ଏତଲା

ରାୟଗଡା, (ଶିବ ନାରାୟଣ ଗୈାଡ): ଚାକିରି ଦେବା ନାଁରେ ରାୟଗଡା ଜିଲ୍ଳାର ବିଭିନ୍ନ ବ୍ଳକରୁ ପ୍ରାୟ ୩୦୦ରୁ ଉର୍ଦ୍ଧ ଯୁବକଯୁବତୀମାନଙ୍କ ଠାରୁ ଟଙ୍କା ନେଇ ଫେରାର ହୋଇଯାଇଥିବା ସୁରୁମିତ୍ରା ଚାରିଟେବୁଲ ଫାଉଣ୍ଡେସନ୍‌’ର କାନିଷ୍କ ଇନଷ୍ଟିଟ୍ୟୁସନ୍ ପ୍ରାଇଭେଟ୍ ଲିଃ. ନାମରେ ରାୟଗଡା ଥାନାରେ ଆଜି ଏକ ଲିଖିତ ଅଭିଯୋଗ କରାଯାଇଛି । ଏହି ଅଭିଯୋଗ ପତ୍ରରେ କାନିଷ୍କ ଇନଷ୍ଟିଟ୍ୟୁସନ୍ ପକ୍ଷରୁ ୨୦ରୁ ୩୫ବର୍ଷ ମଧ୍ୟରେ ଥିବା ଶିକ୍ଷିତ ଯୁବକଯୁବତୀମାନଙ୍କୁ ଟିମ୍ ମ୍ୟାନେଜର, ଡିଷ୍ଟିକ୍ ମ୍ୟାନେଜର, ବ୍ଳକ ମ୍ୟାନେଜର, ବ୍ଳକ ଏକଜୁଟିଭ୍‌, ଜୁନିଅର ବ୍ଳକ ଏକଜୁଟିଭ୍‌, ଟିଚିଙ୍ଗ ଏଚଓଡି, ସିନିଅର ଟିଚର, ଜୁନିଅର ଟିଚର, ଅଫିସ ଷ୍ଟାଫ୍ ପଦବୀ ପାଇଁ ଚାକିିରି ଦେବା ନାମରେ ଜଣଙ୍କ ପିଛା ୨ ହଜାର ଟଙ୍କାରୁ ଆରମ୍ଭ କରି ୫ହଜାର ଟଙ୍କା ଲେଖାଁଏ ଜିଲ୍ଳାର ବିଭିନ୍ନ ପଂଚାୟତର ୩୦୦ରୁ ଉର୍ଦ୍ଧ ପ୍ରାର୍ଥୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଆଦାୟ କରି ଏବେ ଉକ୍ତ ସଂସ୍ଥା ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ରାୟଗଡା ସହରର ହିରୋହଣ୍ଡା ସର୍ଭିସ ସେଂଟର ପଛପଟ ଥିବା ଏକ ଘରେ ପ୍ରାର୍ଥୀମାନଙ୍କୁ ବିଶ୍ୱାସରେ ନେବା ପାଇଁ ଶାଖା କାର୍ଯ୍ୟାଳୟ ଖୋଲାଯାଇଥିଲା । ତେବେ ଶାଖା କାର୍ଯ୍ୟାଳୟରେ ପ୍ରାର୍ଥୀମାନେ ଟଙ୍କା ଜମା କରିବା ପରେ ସଂସ୍ଥାର ନିର୍ଦ୍ଦେଶକ ଶ୍ରୀନିବାସ,ହିସାବ ରକ୍ଷକ ଟିଙ୍କୁ କୁମାର ଏବଂ ଟିମ ଲିଡର ପ୍ରଣବ କୁମାର ମହାନନ୍ଦ ଫେରାର ହୋଇଯାଇଥିବାରୁ ସେମାନଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଅଭିଯୋଗ ପତ୍ରରେ ଉଲ୍ଳେଖ କରାଯାଇଛି । ଏହି ଦାବିକୁ ସମର୍ଥନ କରି ରାୟଗଡା ବିଜେପି ନଗର ସଭାପତି ଶ୍ୟାମ କୁମାର ଦାସ,ସ୍ଥାୟୀ ନିମନ୍ତ୍ରୀତ ସଦସ୍ୟ ବିଦ୍ୟାଭୂଷଣ ପଣ୍ଡାଙ୍କ ଉପସ୍ଥିତ ରହିଥିବା ବେଳେ ଦାବି ପ୍ରଦାନ ସମୟରେ ଅଭିଯୋଗକାରୀ ପୁରେନ୍ଦ୍ର ଶିକକା, ବନିତା ହିକକା, ଚମ୍ପି କାଡ୍ରକା, ଆଂଚ କୁନାକା, ରଂଜିତା କାଡ୍ରକା, ଚମ୍ପାବତୀ କାଡ୍ରକା, ଜିଅମା କାଡ୍ରକା, କବିତା କୁଲସିକା,ଗୈାରୀ ହୁଇକା, ସନ୍ତୋଷୀ ଜାନୀ,ମଦନ ମାଣ୍ଡିକା, ପ୍ରସାଦ ହୁଇକାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.