ୟୁରିଆ ସାରର କଳାବଜାରୀ: ନୀରବ ପ୍ରଶାସନ, ହତାଶ ଚାଷୀ

● ସାର ଅଭାବର ଫାଇଦା ଉଠାଉଛନ୍ତି କିଛି ଅସାଧୁ ରିଟେଲର, ଶୋଷଣର ଶିକାର ହେଉଛନ୍ତି ଚାଷୀ

କୋକସରା, (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲାସାରା ୟୁରିଆ ଓ ଅନ୍ୟାନ୍ୟ ସାରର ଘୋର ଅଭାବ ଦେଖାଯାଇଥିବା ବେଳେ କୋକସରା ବ୍ଲକରେ ଏହା ଉତ୍କଟ ଋପ ଧାରଣ କରିଛି। ଅବଶ୍ୟକ ମୁତାବକ ୟୁରିଆ ମିଳୁ ନଥିବା ବେଳେ କିଛି କଳାବଜାରୀ ଓ ରିଟେଲର ଚଢା ଦରରେ ସାର ବିକ୍ରୀ କରୁଥିବା ଚାଷୀ ଅଭିଯୋଗ କରିଛନ୍ତି। ସାର ଅଭାବର ଫାଇଦା ଉଠାଇ କିଛି ରିଟେଲର ୫୦ କେଜି ୟୁରିଆ ବସ୍ତା ପିଛା ୬ ଶହ ଟଙ୍କାରେ ବିକ୍ରି କରୁଥିବା ଚାଷୀ ପ୍ରକାଶ କରିଛନ୍ତି। ଏପଟେ ୟୁରିଆ ସାର ମିଳୁ ନଥିବାରୁ ଚଢା ଦରରେ କିଣିବାକୁ ବାଧ୍ୟ ହେଉଛନ୍ତି ଚାଷୀ। ଗତ ୨ଦିନ ହବେ ମେଟେର ପଞ୍ଚାୟତ କୁସୁମଖୁଣ୍ଟି ଅଞ୍ଚଳର ଜୈନିକ ରିଟେଲର ଟ୍ୟାଗ କରି ୟୁରିଆ ସାର ଚଢା ଦରରେ ବିକ୍ରି କରୁଥିବା ସାର ନେଉଥିବା କିଛି ଚାଷି କହିଛନ୍ତି। ଇ-ଉର୍ବରକ ଡଟ୍ ଏନଆଇସି ଡଟ୍ ଇନ ୱେବ୍ ସାଇଟର ତଥ୍ୟ ଅନୁସାରେ ଗତ ୨ଦିନ ହେବ ଜୈନିକ ରିଟେଲରଙ୍କ ପାଖରେ ୟୁରିଆ ସାର ଷ୍ଟକ୍ ଶୂନ ରହିଛି। ତେବେ କେଉଁ ମାଧ୍ୟମରେ ରିଟେଲର ଜଣକ ୟୁରିଆ ସାର ରଖି ଚାଷୀଙ୍କୁ ଚଢା ଦରରେ ବିକ୍ରି କରୁଛନ୍ତି ସେନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କୋକସରା ଗୋଷ୍ଠୀ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟର କିଛି କର୍ମଚାରୀ ଓ ଜୈନିକ ରିଟେଲରଙ୍କ ଭିତରେ ସଲାସୁତୁରା ଥିବାରୁ ଅଭିଯୋଗ ଜଣାଇବା ପୂର୍ବରୁ ରିଟେଲର ଜଣକ ବିଭିନ୍ନ ସ୍ଥାନରେ ସାରକୁ ଅଳ୍ପ ଅଳ୍ପ କରି ରଖିଥିବା ଆଲୋଚନା ହେଉଛି। କୃଷି ବିଭାଗରୁ ପ୍ରାପ୍ତ ସୂଚନା ଅନୁସାରେ କୋକସରା ବ୍ଲକରେ ୪ ସାର ଡିଲର ଓ ୬୦ ରିଟେଲର ରହିଥିବା ଜଣାପଡିଛି। ତବେ କଳାବଜାରୀକୁ ରୋକିବା ପାଇଁ ଦାୟିତ୍ୱରେ ରହିଥିବା ‘ଫର୍ଟିଲାଇଜଇ ଇନିସପେକ୍ଟର’ ତଥା ସହକାରୀ କୃଷି ଅଧିକାରୀଙ୍କ ଅନୁପସ୍ଥିତିର ଫାଇଦା ନେଇ ବିଭିନ୍ନ ରିଟେଲର ଚଢା ଦରରେ ସାର ବିକ୍ରି କରୁଥିବା ଅଭିଯୋଗ ହେଉଛି। ସାରର କଳାବଜାରୀ ଯୋଗୁଁ ଅନେକ ଚାଷୀ ୟୁରିଆ ସାର ପାଇପାରୁ ନଥିବାବେଳେ ସାର ଦୋକାନୀମାନେ ଗଚ୍ଛିତ ରଖି ଚଢା ଦରରେ ବିକ୍ରି କରୁଥିବା ନେଇ ଅଞ୍ଚଳର ଚାଷୀ ଅଭିଯୋଗ କରିଛନ୍ତି। ବ୍ଲକରେ ସାରର କଳାବଜାରୀ ରୋକିବା ଦିଗରେ ପ୍ରଶାସନ ପକ୍ଷରୁ ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଉନଥିବାରୁ ୟୁରିଆ ସାର ଚଢା ଦରରେ ବିକ୍ରୀ ହେଉଥିବା ଚର୍ଚ୍ଚା ହେଉଛି। ଏପଟେ କଳାବଜାରୀ ଯୋଗୁଁ ଅନେକ ଚାଷୀ ୟୁରିଆ ନପାଇ ହତାଶ ହୋଇ ପଡିଛନ୍ତି। ଏ ସମନ୍ଧରେ ଯେତେ ଗୁହାରୀ କଲେ ମଧ୍ୟ ପ୍ରଶାସନ କିମ୍ବା ସରକାର କିଏ ବି ଚାଷୀଙ୍କ ଦୁଃଖ ବୁଝୁନଥିବାରୁ ଅନେକ କୃଷକ କ୍ଷୋଭ ପ୍ରକାଶ କରିଛନ୍ତି ଓ ଚାଷୀ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ତେଣୁ ତୁରନ୍ତ ଆବଶ୍ୟକ ପରିମାଣର ସାର ଯୋଗାଇଦେବା ପାଇଁ ଚାଷୀ ମହଲରେ ଦାବି ହେଉଛି। ଏପଟେ ଗୋଷ୍ଠୀ କୃଷି ଅଧିକାରୀ କହିଛନ୍ତି ଯେ; ଆମ କାର୍ଯ୍ୟାଳୟରେ କୌଣସି କର୍ମଚାରୀଙ୍କ ଯୋଗ୍ୟତା ନାହିଁ ଚଢ଼ାଉ କରିବା ପାଇଁ, ଆମେ ଯଦି ଯିବୁ ତାହେଲେ ଆମକୁ ଗାଡି ଓ ତେଲ ଖର୍ଚ୍ଚ କିଏ ଦେବ? ଅନ୍ୟପକ୍ଷରେ ରିଟେଲର ଓ କୃଷିବିଭାଗ ମଧ୍ୟରେ ମଧୁଚନ୍ଦ୍ରିକା ଚାଲିଛି କି ଆଉ କିଛି ଭିତିରି କଥା ଅଛି ବୋଲି ସାଧାରଣରେ ଚର୍ଚ୍ଚା ଆଲୋଚନା ଯୋର ଧରିଛି। ଏଣୁ ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ କୃଷକ ମହଲରୁ ଦାବି ହୋଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.