ଲାଞ୍ଜିଗଡ଼: ଭବାନୀପାଟଣା-ରାୟଗଡା ୬ ନମ୍ବର ରାଜ୍ୟ ରାଜପଥ ଠାରୁ କିଡିଙ୍ଗ ଗ୍ରାମ ଭିତରକୁ ସଂଯୋଗ କରୁଥିବା କଂକ୍ରିଟ ରୋଡ ନିକଟରେ ଏକ ଘାଇ ସୃଷ୍ଟି ହୋଇଛି। ଲାଞ୍ଜିଗଡରୋଡ ପଞ୍ଚାୟତ ଅଧିନସ୍ଥ କିଡିଙ୍ଗ ଗାଁର ଏହି ଘାଇ ପଥଚାରୀ ଓ ଗ୍ରାମବାସୀଙ୍କ ପାଇଁ ମରଣଯନ୍ତା ପାଲଟିଛି। ଏହି ରାସ୍ତାଦେଇ ଅନେକ ଯାନବାହାନ ଯାତାୟାତ କରୁଥିବାରୁ ପ୍ରତିଟି ମୁହୂର୍ତ୍ତରେ ବିପଦ ଲାଗିରହିଛି। ଘାଇ ଯୋଗୁଁ ଅନେକ ସମୟରେ ଛୋଟ ଛୋଟ ଦୁର୍ଘଟଣା ଘଟୁଥିବା ଦେଖାଦେଇଛି। ତେଣୁ ପ୍ରଶାସନ ତୁରନ୍ତ ଏହି ରାସ୍ତାର ମରାମତି କରିବାକୁ ସାଧାରଣରେ ଦାବୀ ହେଉଛି।
ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in