ନିଖିଳ ଉତ୍କଳ ବାରିକ ସମାଜର ଉପଖଣ୍ଡିୟ ସମାବେଶ

କୋକସରା, (ହିରଣ୍ୟ ବେହେରା): କୋକସରା ବ୍ଲକ ବାରିକ ସଂଘର ସଭାପତି ସୀତାକାନ୍ତ ବାରିକଙ୍କ ସଭାପତିତ୍ୱରେ ଆଜି ଗମ୍ଭାରୀଗୁଡା ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣରେ ନିଖିଳ ଉତ୍କଳ ବାରିକ ସମାଜର ଉପଖଣ୍ଡିୟ ସମାବେଶ ଅନୁଷ୍ଠିତ ହୋଇ ଯାଇଛି। ବାରିକ ସମାଜର ଇଷ୍ଟ ଦେବାଦେବୀଙ୍କୁ ପୂଜାର୍ଚ୍ଚନା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଉପସ୍ଥିତ କର୍ମକର୍ତ୍ତାମାନେ ବାରିକ ସମାଜର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ସହ ନିଜ ନିଜ ର ମତ ରଖିଥିଲେ।‌ଏହି ଅବସରରେ କୋକସରା ବ୍ଲକ ବାରିକ ସଂଘର ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି।

କୋକସରା ବ୍ଲକ ବାରିକ ସଂଘର ନୂତନ ସଭାପତି ଭାବେ ନିଳାମ୍ବର ବାରିକ, ଉପ ସଭାପତି ପିତାମ୍ବର ବାରିକ, ସାଧାରଣ ସମ୍ପାଦକ ଜ୍ୟୋତି ବାରିକ, ସହ ସମ୍ପାଦକ ଡମ୍ବରୁଧର ବାରିକ, କୋଷାଧ୍ୟକ୍ଷ ଯୋଗେଶ୍ୟାମ ବାରିକ ମନୋନୀତ ହୋଇଥିବା ବେଳେ ଉପଦେଷ୍ଟା କମିଟିର ସଦସ୍ୟ ଭାବେ କାର୍ତ୍ତିକ ବାରିକ, ମନ୍ତୁ ବାରିକ, ଅକ୍ଷୟ କୁମାର ବାରିକ, ମନୋରାଜ ବାରିକ, ବବଲୁ ବାରିକ, ସଞ୍ଜୟ କୁମାର ବାରିକ, ଚନ୍ଦ୍ରକାନ୍ତ ବାରିକ, ରାକେଶ ବାରିକ, ଅଶ୍ୱିନ ବାରିକ, ବିଭୁତି ବାରିକ, ଭଜମନ ବାରିକ ପ୍ରମୁଖଙ୍କ ନାମ ଘୋଷଣା କରାଯାଇଛି। ଆଜିର ଏହି ସଭାକୁ ଦୈତାରୀ ବାରିକ ପରିଚାଳନା କରିଥିଲେ।

ମନୋନୀତ କର୍ମକର୍ତ୍ତାଙ୍କୁ ସମସ୍ତେ ସ୍ୱାଗତ ଓ ଶୁଭେଚ୍ଛା ଜଣାଇଥିଲେ। ପରବର୍ତ୍ତୀ ସମୟରେ ସଂଘର ବୈଠକରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ ବୋଲି ସଂଘର ସଭାପତି ନିଳାମ୍ବର ବାରିକ ସୁଚନା ଦେଇ ଉପସ୍ଥିତ ସମସ୍ତ ଅତିଥି ଓ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। ଏହି ସମାବେଶରେ ଜୟପାଟଣା, କଳମପୁର, ଧର୍ମଗଡ଼, ଜୁନାଗଡ଼, ଗୋଲାମୁଣ୍ଡା, କୋକସରା ସମେତ ପଡୋଶୀ ଛତିଶଗଡର ସାମାଜିକ କର୍ମକର୍ତ୍ତା ଯୋଗ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.