କଳାହାଣ୍ଡି, (ପ୍ୟାରୀ ଲାଲ ଦୁର୍ଗା): ସବୁଦିନ ଭଲି ସନ୍ଧ୍ୟା ସମୟରେ ନିଜ ସାଙ୍ଗ ସହିତ ଘରୁ ବାହାରି ଭ୍ରମଣ ରେ ଯାଆନ୍ତି ଧର୍ମଗଡର ବରିଷ୍ଠ ବ୍ୟବସାୟୀ ନରେଶ ଅଗ୍ରୱାଲ। ଗତ ବୁଧବାର ସନ୍ଧ୍ୟାରେ ଶ୍ରୀ ଅଗ୍ରୱାଲଙ୍କୁ ଅନାଇ ରହିଥିଲା ମୃତ୍ୟୁ। ଏହି ଦିନ ଘରୁ ସନ୍ଧ୍ୟା ସମୟରେ ନିଜ ସାଙ୍ଗ ଫକୀର ନାଏକ ଙ୍କ ସହିତ ସବୁ ଦିନିଆ ଭ୍ରମଣ ରେ ଯିବା ରାସ୍ତା ବିଜୁଏକ୍ସପ୍ରେସ୍ କେବିଡ଼ି ଛକ ଠାରୁ ଗୋଡଭଂଜ! ଗୋଳେଇ ଛକ ରୁ ଚାଲି ଚାଲି ଭ୍ରମଣ ରେ ଯାଆନ୍ତି ଓ ସେଠାରୁ ଫେରି ଆସୁଥିବା ବେଳେ ଏକ ଅଜଣା ବୋଲେରୋ ଗାଡି ଦ୍ରୁତ ଗତିରେ ଆସି ନରେଶ ଙ୍କୁ ପଛପଟୁ ଧକ୍କା ଦେଇ ଚାଲି ଯାଇ ଥିଲା। ଗାଡି ଟି ଏତେ ଦ୍ରୁତଗତି ରେ ଥାଇ ଧକ୍କା ଦେଲାଯେ ରାସ୍ତା କଡ଼ରେ ଥିବା ଜୋର ର ପୋଲ ବାଡ଼ରେ ଛିଟିକି ପଡିବାରୁ ମୁଣ୍ଡରେ ବାଡ଼ ପିଟି ହେବାରୁ ଗଭୀର ଆଘାତ ହୋଇ ପ୍ରବଳ ରକ୍ତ ବାହାରି ଯାଇଥିଲା। ନିଜ ସାଙ୍ଗ ଫକୀର ନାଏକ ଦୁର୍ଘଟଣାକୁ ଦେଖି କାନ୍ଦି ପକାଇ ପରିବାର ଲୋକଙ୍କୁ ଖବର ଜଣାଇ ଥିଲେ। ଖବର ପାଇ ପରିବାର ଲୋକେ ତୁରନ୍ତ ଘଟଣା ଜାଗାରେ ପହଂଚି ଧର୍ମଗଡ ଡାକ୍ତର ଖାନାକୁ ଚିକିତ୍ସା ପାଇଁ ଅଣାଯାଇଥିଲା। ହେଲେ ଡାକ୍ତର ନରେଶଙ୍କୁ ଦେଖିଲା ପରେ ମୃତ୍ୟୁ ହୋଇ ଯାଇ ଥିବା କହିଲେ। ତାଙ୍କର ମୃତ୍ୟୁ ଖବର ଶୁଣିଲା ପରେ ଧର୍ମଗଡ ଅଞ୍ଚଳ ଲୋକେ ଗଭୀର ଦୁଃଖ ପ୍ରକାଶ କରି ଛନ୍ତି। ଦୁର୍ଘଟଣା ଘଟାଇ ଥିବା ବୋଲେରୋ ଗାଡିଟି କାହାର ଜଣା ପଡି ନାହିଁ। ଆଜି (ଗୁରୁବାର) ତାଙ୍କ ମୃତ ଶରୀରକୁ ବ୍ୟବଚ୍ଛେଦ ପରେ ଅନ୍ତିମ ସତ୍କାର କରାଯାଇଛି।