ଏବିଇଓ ଠାକୁର ଚରଣ ସାହୁଙ୍କୁ ବିଦାୟକାଳୀନ ସମ୍ଵର୍ଦ୍ଧନା

ଭବାନୀପାଟଣା: ସ୍ଥାନୀୟ ବିଇଓ ଅଫିସ ପରିସରରେ ଭବାନୀପାଟଣାର ପୂର୍ବତନ ଏବିଇଓ ଶ୍ରୀ ଠାକୁର ଚରଣସାହୁଙ୍କୁ ବିଦାୟକାଳୀନ ସମ୍ଵର୍ଦ୍ଧନା ଦିଆଯାଇଛି। ଶ୍ରୀ ସାହୁ ବର୍ତ୍ତମାନ ମ.ରାମପୁରରେ ବିଇଓ ଭାବେ ଅବସ୍ଥାପିତ । ଆୟୋଜିତ କାର୍ଯ୍ୟକ୍ରମରେ ଭବାନିପାଟଣା ବିଇଓ ଅଧ୍ୟକ୍ଷତା କରିଥିବା ବେଳେ ଏବିଇଓ ସାରଂଗଧର ମୁଣ୍ଡ, ଜୟକୁମାର ମାଝୀ ପ୍ରମୁଖ ମଞ୍ଚାସୀନ ଥିଲେ ।

Omkar Vasthu
Omkar Vasthu

ସଭା ପରିଚାଳନା କରିଥିଲେ ଯୁବ ଶିକ୍ଷକ ଡିଲେଶ୍ବର ରଣା। ଧନ୍ୟବାଦ ଦେଇଥିଲେ ଚକ୍ରଧର ଠାକୁର । ଏଥିରେ କାର୍ଯ୍ୟାଳୟର ଚକ୍ରଧର ଠାକୁର, ଲୋକନାଥ ନାଏକ, ଦୁଷ୍ମନ୍ତ ସାହୁ ପ୍ରମୁଖ ଶ୍ରୀ ସାହୁଙ୍କ ସହ କାର୍ଯ୍ୟ କରିଥିବା ମୁହୂର୍ତ୍ତର ସ୍ମୃତିଚାରଣ କରିଥିଲେ। ଏହା ସହ ଅରୁଣ କୁମାର ମିଶ୍ର, ଅକ୍ଷୟ ପଣ୍ଡା, ଶୁଭ୍ରାଂଶୁ ଆଚାର୍ଯ୍ୟ, ପ୍ରକାଶ ବିଶ୍ୱାଳ, ସୁନୀଲ ନନ୍ଦ, ନାରାୟଣ ସାହୁ, ଚଣ୍ଡି ପ୍ରସାଦ ପଟ୍ଟନାଏକ, ମହେନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.