ସାଇବର ଠକେଇ ରୋକିବାକୁ ବିଶ୍ବନାଥପୁର ପୋଲିସ ପକ୍ଷରୁ ମାଁ ହୀରାନୀଲା ଡିଗ୍ରୀ କଲେଜରେ ସଚେତନତା କାର୍ଯ୍ୟକ୍ରମ

ଲାଞ୍ଜିଗଡ଼: ବର୍ତ୍ତମାନର ସମୟରେ ଦୁର୍ବୃତ୍ତମାନେ ଅନଲାଇନ ମାଧ୍ୟମରେ ଅନେକ ନିରିହ ଜନତାଙ୍କୁ ଠକିବାରେ ଲାଗିଛନ୍ତି। ଏହାସହ ଅନେକ ସମୟରେ ସାଇବର କ୍ରାଇମ ହେଉଥିବା ଦେଖିବାକୁ ମିଳୁଛି। ଏହାକୁ ଦୃଷ୍ଟିରେ ରଖି ବିଶ୍ଵନାଥପୁର ପୋଲିସ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଶ୍ବନାଥପୁର ସ୍ଥିତ ମାଁ ହୀରାନିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ଆୟୋଜିତ ଉକ୍ତ ସଚେତନତା ଶିବିରରେ ବିଶ୍ଵନାଥପୁର ଥାନାଧିକାରୀ ରୁନୁ କୁମାରୀ ମାଝୀ ଉପସ୍ଥିତ ରହି ମହାବିଦ୍ୟାଳୟର ଶିକ୍ଷାର୍ଥୀମାନଙ୍କୁ ହ୍ବାର୍ଟସ ଅପ୍, ଫେସବୁକ, ଟୁଇଟର, ଇଷ୍ଟାଗ୍ରାମ ଆଦିର ଅପବ୍ୟବହାର ନ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହା ସହିତ ଅନଲାଇନ୍ ଠକେଇରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ସଚେତନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଅରୁଣ କୁମାର ଚନ୍ଦନ, ଇଂରାଜୀ ଅଧ୍ୟାପକ ପ୍ରସନ୍ନ କୁମାର ସାହୁ, କ୍ରୀଡା ଶିକ୍ଷକ ଶ୍ରୀନିବାସ ଦାସ ପ୍ରମୁଖ ମଞ୍ଚାସିନ ଥିଲେ। କାର୍ଯ୍ୟକ୍ରମକୁ ଲାଇବ୍ରାରିଆନ୍ ଧବଳେଶ୍ଵର ଠେଲା ପରିଚାଳନା କରିଥିବା ବେଳେ ଏଥିରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଏବଂ ଛାତ୍ରଛାତ୍ରୀମାନେ ମାନେ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.