ବନ୍ଧାଗାଁ-ପାଣିଗାଁ ରାସ୍ତା ପାଲଟିଛି ମରଣଯନ୍ତା, ପ୍ରଶାସନ ଦୃଷ୍ଟି ଦେବେକି?

କଳାହାଣ୍ଡି, (ପ୍ୟାରୀ ଲାଲ ଦୁର୍ଗା): କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକର ବନ୍ଧାଗାଁ-ପାଣିଗାଁ ରାସ୍ତା ମରଣଯନ୍ତା ପାଲଟିଛି। ବନ୍ଧାଗାଁରୁ ବ୍ରିଜ ଓ ଜଙ୍ଗଲ ଦେଇ ଯାଉଥିବା ରାସ୍ତା ପାଣିଗାଁ ପର୍ଯ୍ୟନ୍ତ ଗମନାଗମନ ଅନୁପଯୁକ୍ତ ହୋଇ ପଡିରହିଛି। ଏହି ରାସ୍ତା ଦେଇ ଗୋଳାମୁଣ୍ଡା ବ୍ଲକର ଶହ ଶହ ଲୋକ ଜୁନାଗଡ଼ ସହରକୁ ବିଭିନ୍ନ ସରକାରୀ କାମ, ସ୍ୱାସ୍ଥ୍ୟ ସେବା ଓ ଅନ୍ୟାନ୍ୟ କାମ ପାଇଁ ଯାଆସ କରିଥାନ୍ତି। ତେବେ ଏହି ରାସ୍ତାରେ ବଡ ବଡ ଗର୍ତ୍ତ ସୃଷ୍ଟି ହୋଇ ଥିବାରୁ ପଥଚାରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ଷାଦିନେ ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇପଡେ। ଜନସାଧାରଣଙ୍କ ବାରମ୍ବାର ଦାବୀ ସତ୍ତ୍ୱେ ମଧ୍ୟ ଏହି ରାସ୍ତାର ପୁନଃ ନିର୍ମାଣ କିମ୍ବା ମରାମତି କରାଯାଉନାହିଁ। ଜଙ୍ଗଲ ଭିତର ଦେଇ ରାସ୍ତା ଯାଇଥିବାରୁ ଅନେକ ସମୟରେ ଚୋରୀ, ଡକାୟତି ଓ ରାହାଜାନୀ ହେଉଥିବା ସ୍ଥାନୀୟ ଜନସାଧାରଣ ପ୍ରକାଶ କରିଛନ୍ତି। ତେଣୁ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଯୁଦ୍ଧ କାଳୀନ ଭିତ୍ତିରେ ଏହି ରାସ୍ତା ନିର୍ମାଣ କରାଇବା ପାଇଁ ଅଞ୍ଚଳବାସୀ ଦାବୀ କରିଛନ୍ତି। ଯଦି ରାସ୍ତାର ସୁଧାର ଅଣା ନ ଯାଏ ତେବେ ନିର୍ବାଚନରେ ତାହାର ଉଚିତ ଜବାବ ଦିଆ ଯିବ ବୋଲି ଲୋକେ ଚେତାବନି ଦେଇଛନ୍ତି। ତେଣୁ ଅତିଶିଘ୍ର ଏହି ରାସ୍ତା ସମସ୍ୟାର ସମାଧାନ କରିବାକୁୁୁ ସ୍ଥାନୀୟ ବିଧାୟକ ତଥା ଶକ୍ତିମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଦୃଷ୍ଟି ଦିଅନ୍ତୁ ବୋଲି ବୁଦ୍ଧିଜୀବୀ ମହଲରୁ ମତ ପ୍ରକାଶ ପାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.