କଳାହାଣ୍ଡି, (ନରୋତ୍ତମ ସେଲମା): କଳାହଣ୍ଡି ତୈଳିକ ବୈଶ୍ୟ ସମାଜର ଜିଲ୍ଲା ବୋର୍ଡ ବୈଠକ ଗଜବାହାଲ ପଂଚାୟତର ଡଙ୍ଗରମୁଣ୍ଡା ଠାରେ ଅନୁଷ୍ଠିତ ହୋଇଯାଇଛି । ରଘୁମଣି ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମିତା ରାଣୀ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଜିଲ୍ଲା ସଭାପତି ପ୍ରହଲ୍ଲାଦ ସାହୁ, ଜିଲ୍ଲା ସଂପାଦକ ଡୁଲେଶ୍ୱର ସାହୁ, ଅଡିଟର ମହାଦେବ ସାହୁ, ଉପଦେଷ୍ଟା ପୂର୍ଣଚନ୍ଦ୍ର ସାହୁ, ବଲାଙ୍ଗୀର ଜିଲ୍ଲା ସକ୍ରିୟ ସଦସ୍ୟ ଜୟରାମ ସାହୁ, ଡଙ୍ଗରମୁଣ୍ଡାର ମୋହନ ସାହୁ, ଲେଖମଣି ସାହୁ ଓ କର୍ଲାମୁଣ୍ଡା ବ୍ଳକ ସଂପାଦକ ପ୍ରମୋଦ କୁମାର ସାହୁ ମଂଚାସୀନ ଥିଲେ । ସଭା ପ୍ରାରମ୍ଭରେ ଦିବଂଗତ ବରିଷ୍ଠ ସଭ୍ୟ ଉପେନ୍ଦ୍ର ସାହୁ, ସନ୍ତୋଷ ସାହୁ ଓ ଅନ୍ୟ ଜାତିଭାଇଙ୍କ ଉଦ୍ଦେଶ୍ୟରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଏଥିରେ ଗତ ବୈଠକର ବିବରଣୀ ପଠନ, ବ୍ଳକ କମିଟିରେ ମହିଳାଙ୍କୁ ସାମିଲ, ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଲାଭ କରିଥିବା ଜାତି ଭାଇ, ଭଉଣୀଙ୍କୁ ସମ୍ବର୍ଦ୍ଧନା, ଗରିବ ଛାତ୍ର ଛାତ୍ରୀଙ୍କୁ ଆର୍ଥିକ ସହାୟତା, ବ୍ଳକରେ ସାମାଜିକ ଭବନ ନିର୍ମାଣ ଉପରେ ଆଲୋଚନା ହୋଇଥିଲା । ଏଥି ସହିତ ପଂଚାୟତିରାଜ ପଦପଦବୀରେ ପଛୁଆବର୍ଗଙ୍କୁ ସ୍ଥାନ ସଂରକ୍ଷଣ ପାଇଁ ଦାବୀ କରାଯାଇଥିଲା । ବିଜୁ କୁମାର ସାହୁ ମଂଚ ପରିଚାଳନା କରିଥିବା ବେଳେ ଡୁଲେଶ୍ୱର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ମ.ରାମପୁର, କୋକସରା, ଲାଂଜିଗଡ, କେସିଙ୍ଗା, ନର୍ଲା ଓ କର୍ଲାମୁଣ୍ଡା ବ୍ଳକ ସଭାପତି, ସଂପାଦକ ଙ୍କ ସମେତ ସକ୍ରିୟ ସଭ୍ୟମାନେ ଉପସ୍ଥିତ ଥିଲେ । ରବି ସାହୁ, ସୁଶାନ୍ତ ସାହୁ, ଭୁବନ ସାହୁଙ୍କ ସମେତ ଡଙ୍ଗରମୁଣ୍ଡାର ଜାତି ଭାଇ ସହଯୋଗ କରିଥିଲେ ।