ଶ୍ରମିକ ଅସନ୍ତୋଷ: ବେଦାନ୍ତ କମ୍ପାନୀ ପାଇଁ ବଢୁଛି ଅଡୁଆ

● ପ୍ରିସିସନ କମ୍ପାନୀ କର୍ମଚାରୀଙ୍କୁ ମନେଇବାକୁ ତହସିଲ କାର୍ଯ୍ୟାଳୟରେ ବସିଲା ବୈଠକ

ଲାଞ୍ଜିଗଡ଼: ଲାଞ୍ଜିଗଡ଼ ସ୍ଥିତ ବେଦାନ୍ତ ଲିମିଟେଡରେ ଦିନକୁ ଦିନ ଶ୍ରମିକ ତଥା କର୍ମଚାରୀ ଅସନ୍ତୋଷ ବଢିବାରେ ଲାଗିଛି। ଏହାକୁ ନେଇ ଏବେ ବେଦାନ୍ତ କମ୍ପାନୀ କତୃପକ୍ଷଙ୍କ ମୁଣ୍ଡବିନ୍ଧା ବଢ଼ିଯାଇଛି। ବେଦାନ୍ତ ଲିମିଟେଡର ପାୱାରପ୍ଳାଣ୍ଟ କାମ ବୁଝୁଥିବା ପ୍ରିସିସନ କମ୍ପାନୀର କର୍ମଚାରୀ ମାନଙ୍କ ବକେୟା ଦରମା ଏବଂ ଭତ୍ତା ନ ମିଳୁଥିବାରୁ ସେମାନେ ଦିର୍ଘ ସପ୍ତାହେ ହେଲା କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଛନ୍ତି। ଯାହା ଫଳରେ କମ୍ପାନୀର ପାୱାରପ୍ଲାଣ୍ଟରେ ଅଚଳାବସ୍ଥା ଦେଖାଦେବାର ଆଶଙ୍କା ଦେଖାଦେଇଛି। ଏହାକୁ ନେଇ ଲାଞ୍ଜିଗଡ଼ ତହସିଲଦାରଙ୍କ କାର୍ଯ୍ୟାଳୟ ବିଶ୍ଵନାଥପୁର ଠାରେ ବସିଛି ସମାଧାନ ବୈଠକ। ଏଥିରେ ପିସିସନ କମ୍ପାନୀ କର୍ମଚାରୀ, କମ୍ପାନୀର କର୍ମକର୍ତ୍ତା ଏବଂ ଲାଞ୍ଜିଗଡ଼ ତହସିଲଦାର ମୁନିନ୍ଦ୍ର ହୋନାଙ୍ଗା ଉପସ୍ଥିତ ଥିବାବେଳେ କର୍ମଚାରୀ ମାନଙ୍କ ସହିତ ଆଲୋଚନା ହୋଇଥିଲା। ତେବେ ଏହି ଆଲୋଚନାରେ କର୍ମଚାରୀମାନଙ୍କ ସେମାନଙ୍କ ବକେୟା ଭତ୍ତା ଏବଂ ଅନ୍ୟାନ୍ୟ ଦରମା ପ୍ରଦାନ ପାଇଁ ପ୍ରିସିସନର କର୍ମଚାରୀ ମାନେ ଦାବି କରିଥିଲେ। ତେବେ କମ୍ପାନୀ କତୃପକ୍ଷ ସେମାନଙ୍କ ଦାବିକୁ ଅଣଦେଖା କରୁଥିବାରୁ ସେମାନେ ଅସନ୍ତୋଷ ହୋଇ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିବା ଜଣାପଡ଼ିଥିଲା। ତେବେ ଆଜି ପ୍ରଶାସନ ପକ୍ଷରୁ ଏକ ସମାଧାନ ପାଇଁ ଉଦ୍ୟମ ଆରମ୍ଭ ହୋଇଥିବା ବେଳେ ବେଦାନ୍ତ କମ୍ପାନୀରେ ନିୟୋଜିତ ଥିବା ବିଭିନ୍ନ ସହଯୋଗୀ କମ୍ପାନୀ ବିଭିନ୍ନ ସମୟରେ ଶ୍ରମିକମାରଣା ନିତି ଯୋଗୁଁ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଇଛି। ଏପରିକି ସ୍ଥାନୀୟ ନିଯୁକ୍ତିକୁ ଅଣଦେଖା କରାଯାଇ ବାହାର ରାଜ୍ୟରୁ ତଥା ବାହାର ଜିଲ୍ଲାରୁ ଲୋକଙ୍କୁ ଆଣି ଏଠାରେ ନିଯୁକ୍ତି ଦେଉଥିବାରୁ ଦିନକୁଦିନ ଲାଞ୍ଜିଗଡ଼ ସ୍ଥିତ ବେଦାନ୍ତ କମ୍ପାନୀ ଏବଂ ଏହାର ସହଯୋଗୀ କମ୍ପାନୀ ମାନଙ୍କ ଉପରେ ଲୋକଙ୍କ ଅସନ୍ତୋଷ ବଢିବାରେ ଲାଗିଛି। ଆଗକୁ ବେଦାନ୍ତ ବିରୁଦ୍ଧରେ ବିରାଟ ଧରଣର ଜନ ଆନ୍ଦୋଳନ ହେବାର ସମ୍ଭାବନା ରହିଛି ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଆଲୋଚନା ଯୋର ଧରିଛି। ତେଣୁ ଆନ୍ଦୋଳନ ହେବା ପୂର୍ବରୁ କମ୍ପାନୀ କତୃପକ୍ଷ ସ୍ଥାନୀୟ ନିଯୁକ୍ତିକୁ ଦୃଷ୍ଟି ଦେବା ବିଧେୟ ବୋଲି ବୁଦ୍ଧିଜୀବୀ ମହଲରୁ ମତ ପ୍ରକାଶ ପାଇଛି।

Omkar Vasthu
Omkar Vasthu

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.