ଗଜବାହାଲ ସ୍ମାର୍ଟ ହାଇସ୍କୁଲ ପରିଦର୍ଶନ କଲେ CMO ଟିମ

କଳାହାଣ୍ଡି, (ନରୋତ୍ତମ ସେଲମା): କର୍ଲାମୁଣ୍ଡା ବ୍ଲକ ଗଜବାହାଲ ସ୍ଥିତ ପୁରୁଷୋତ୍ତମ ସରକାରୀ ଉଚ୍ଚ ବିଦ୍ୟାଳୟ ଫାଇବ୍-ଟି ରୂପାନ୍ତରିତ କରଣ ଯୋଜନାରେ ସାମିଲ ହୋଇ ସ୍ମାର୍ଟ ସ୍କୁଲର ମାନ୍ୟତା ପାଇଛି । ବିଦ୍ୟାଳୟରେ ସ୍ମାର୍ଟ କ୍ଲାସରୁମ, ଇ-ଲାଇବ୍ରେରୀ, ବିଜ୍ଞାନ ଲ୍ୟାବ ସମେତ ପରିବେଶକୁ ସୁନ୍ଦର ଭାବେ ସଜାଯାଇଛି । ସି.ଏମ.ଓ. ଅଫିସରୁ ଯୁଗ୍ମ ନିର୍ଦ୍ଦେଶକ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ, ଆଇ.ପି.ଇ. କଳାହାଣ୍ଡି, କର୍ଲାମୁଣ୍ଡା ବିଡିଓ ପ୍ରମୁଖ ପରିଦର୍ଶନ କରି ଭୂୟସୀ ପ୍ରଶଂସା କରିଥିଲେ ।


ବିଦ୍ୟାଳୟର ଇତିହାସ ସଂପର୍କରେ ଏହାର ପ୍ରମୁଖ ପ୍ରତିଷ୍ଠାତା ସହଯୋଗୀ ବାବା ଭଗବାନ ସାହୁଙ୍କ ଠାରୁ ଶୁଣି ବିଦ୍ୟାଳୟର ପ୍ରଥମ ପ୍ରଧାନଶିକ୍ଷକ ପଣ୍ଡିତ ପଧାନଙ୍କ ଅକ୍ଲାନ୍ତ ପରିଶ୍ରମ ଓ ତ୍ୟାଗ କୁ ପ୍ରଶଂସା କରିଥିଲେ । ଏହି ପରିଦର୍ଶନ ସମୟରେ ପ୍ରଧାନଶିକ୍ଷକ ମଧୁସୂଦନ ପ୍ରଧାନ, ଭଗବାନ ସାହୁ, କୃପାସିନ୍ଧୁ ପୁଟେଲ, ଦେବାଶିଷ ସାହୁ, ସୌଭାଗ୍ୟ କୁମାର ସାହୁ, ବିଶ୍ୱମ୍ବର ଭୋଇ, ପ୍ରମୋଦ ପୁଟେଲ, ପୂର୍ଣଚନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.