କୋରାପୁଟ: ଦିଲ୍ଲୀ ଏନ୍.ସି.ଆର୍. ସ୍ଥିତ ଗାଜିଆବାଦ୍ ର ପ୍ରତିଷ୍ଠିତ ସେବା ସମିତି ‘ଆଗାଜ ସେବା ସମିତି ଟ୍ରଷ୍ଟ’ ପକ୍ଷରୁ କୋରାପୁଟ ଜିଲ୍ଲା ଅଧ୍ୟକ୍ଷ ଭାବେ ସମାଜସେବୀ ଶ୍ରୀମାନ ତ୍ରିନାଥ ପଟ୍ଟନାୟକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଅଛି। ସମାଜସେବା କ୍ଷେତ୍ରରେ ବିଭିନ୍ନ ଜନକଲ୍ୟାଣକାରୀ କାର୍ଯ୍ୟ ହାତକୁ ନେଇ ଶ୍ରୀ ପଟ୍ଟନାୟକ ବେଶ୍ ପରିଚିତ। ଜିଲ୍ଲା ସ୍ତରରେ ଏହି ସାମାଜିକ ସଂଗଠନର କାର୍ଯ୍ୟକୁ ମଜବୁତ କରିବା ତଥା ବିଭିନ୍ନ ଜନମୁଖୀ କାର୍ଯ୍ୟକ୍ରମର ଉଦେଶ୍ୟକୁ ନିଷ୍ଠା ଏବଂ ମାନବିକତାର ସହ ପରିଚାଳନା ପାଇଁ ତାଙ୍କୁ ଏହି ଜିଲ୍ଲା ଅଧ୍ୟକ୍ଷ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଅଛି। ଏହି ଆଭାସୀ କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ପ୍ରୀତୀ ସିଂହ, ରାଷ୍ଟ୍ରୀୟ ମହାସଚିବ ତଥା ସଂସ୍ଥାପକ ହେମା ସିଂହ ପ୍ରମୁଖଙ୍କ ତତ୍ୱାବଧାନତାରେ ତାଙ୍କୁ ଏହି କୋରାପୁଟ ଜିଲ୍ଲା ଅଧ୍ୟକ୍ଷ ପଦ ପ୍ରଦାନ କରି ତାଙ୍କ କର୍ମମୟ ଜୀବନକୁ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇଅଛନ୍ତି।