ରାକ୍ସି ଗ୍ରାମରେ ଭାଗବତ ପାଠ କାର୍ଯ୍ୟକ୍ରମ

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକର ଭାନପୁର ଗ୍ରାମ ପଞ୍ଚାୟତ ଅଧିନସ୍ଥ ରାକ୍ସି ଗ୍ରାମରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦିନିକିଆ ଭାଗବତ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କୋଭିଡ କଟକଣା ମଧ୍ୟରେ ଗ୍ରାମର ବରିଷ୍ଠ ନାଗରିକ ନିମାଇ ଚରଣ ପଧାନଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଗ୍ରାମର ଜନସାଧାରଣ ସହଯୋଗ କରିଥିଲେ । ଭାଗବତ ପଠନ ସାଙ୍ଗକୁ ମାର୍ଗଦର୍ଶନ ଦେବାପାଇଁ ବକ୍ତା ଭାବରେ ଘୋଡାବନ୍ଧର ସୂର୍ଯ୍ୟମଣି ପଧାନ, ରଜନୀକାନ୍ତ ପଧାନ, ତିତକେଲାର ଧୃବ ବିଶ୍ୱାଳ, ବିନୟ ବିଶ୍ୱାଳ, ହୃଶିକେଶ ବିଶ୍ୱାଳ, ଲମସିଂହାର ଶଙ୍କର ପଧାନ, ଭିର୍କାପଡାର ଗୌର ନାଏକ, ଭାଟେଲର ଜତି ନାଏକ, ଭାନପୁର ଗ୍ରାମର ଚୂଡା ସା, ସରିଆଁ ରାକ୍ସି ଗ୍ରାମର ଶଙ୍କର ବିଶ୍ୱାଳ ଓ ସିଙ୍ଗପୁର ଗ୍ରାମର ହେମସାଗର ପଧାନ ପ୍ରମୁଖ ଯୋଗଦାନ କରିଥିଲେ । ସଂଧ୍ୟା ୫ ଘଣ୍ଟା ସମୟରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ରାତି ୨ ଘଣ୍ଟା ସମୟରେ ସମାପନ ହୋଇଥିବା ଜଣାପଡିଛି ।

Omkar Vasthu
Omkar Vasthu


ଦିନକୁ ଦିନ ସମାଜରେ ନିଶା କାରବାର ବଢୁଥିବା ବେଳେ ମଦ ଗଞ୍ଜେଇ ଭଳି ବିଭିନ୍ନ ପ୍ରକାରର ନିଶା ସେବନ କରି ଯୁବ ଗୋଷ୍ଠି ବିପଥଗାମୀ ହେଉଛନ୍ତି । ଅପରାଧ ଭଳି ବିଭିନ୍ନ ହିଂସାତ୍ମକ କାର୍ଯ୍ୟକ୍ରମ ମଧ୍ୟ ବଢୁଛି । ଏଣୁ ସମାଜରୁ ଏସବୁକୁ ଦୂରୀକରଣର ପାଇଁ ଭାଗବତ ପାରାୟଣ ମାଧ୍ୟମରେ ଭାଗବତର ରସାମୃତ ପାନ କରି ଗ୍ରାମ ତଥା ଅଞ୍ଚଳର ଜନସାଧାରଣ ସତପଥରେ ପରିଚାଳିତ ହୁଅନ୍ତୁ ବୋଲି ଆମ ମାନଙ୍କ ପ୍ରୟାସ । ଏଣୁ ଭାଗବତ ପାରାୟଣ, ସଂକୀର୍ତ୍ତନ ପରିବେଷଣ ଓ ହରେ କୃଷ୍ଣ ନାମ ଗାନକୁ ରାକ୍ସି ଗ୍ରାମବାସୀ ପ୍ରକୃତ ମୋକ୍ଷ ପ୍ରାପ୍ତିର ମାର୍ଗ ବୋଲି ବାଛି ନେଇଛନ୍ତି ବୋଲି ଗ୍ରାମର ଯୁବ ନେତୃତ୍ୱ ତଥା ଜଣେ ଉଦୀୟମାନ ଯୁବ ଚାଷୀ ଛନ୍ଦା ଚରଣ ବାଗ (ନବୀନ) ମତବ୍ୟକ୍ତ କରିଛନ୍ତି ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.