କୁଲତା ସମାଜର ଆଞ୍ଚଳିକ ସ୍ତରୀୟ ନୂଆଖାଇ ଭେଟଘାଟ

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ମହଗାଁଠାରେ କୁଲତା ସମାଜର ଆଞ୍ଚଳିକ ସ୍ତରୀୟ ନୂଆଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ପ୍ରାରମ୍ଭରେ ମହଗାଁ ଗ୍ରାମ୍ୟକମିଟି ସମସ୍ତଙ୍କୁ ସ୍ୱାଗତ କରିଥିଲେ। ମା’ ରାମଚଣ୍ଡୀଙ୍କ ପୂଜାର୍ଚ୍ଚନା ପରେ କୋଭିଡ ମହାମାରୀରେ ମୃତ୍ୟୁବରଣ କରିଥିବା କୁଲତା ସମାଜର ଜାତିଭାଇ ଉଦ୍ଦେଶ୍ୟରେ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି କୁଲତା ସମାଜର ସଭାପତି କେଶବ ଚନ୍ଦ୍ର ଭୋଇ, ସାଧାରଣ ସଂପାଦକ ବିଜୟ କୁମାର ଭୋଇଙ୍କ ସହିତ ମୁଖ୍ୟ ଅତିଥି ଭାବେ ଚିତ୍ତରଞ୍ଜନ ଭୋଇ, ସମ୍ମାନିତ ଅତିଥି ହରେକୃଷ୍ଣ ଭୋଇ, ସଂସ୍କାର କମିଟି ଅଧ୍ୟକ୍ଷ ରକ୍ଷାକର ଭୋଇ , ରାମଚଣ୍ଡୀ ଦରବାରର ଅଧ୍ୟକ୍ଷ ଅନ୍ତରାମ ପ୍ରଧାନ, କୋର କମିଟି ଅଧ୍ୟକ୍ଷ ଅନିରୁଦ୍ଧ ପ୍ରଧାନ, ଜୋନ ଉପ-ସଭାପତି ଅଶ୍ୱିନୀ ପ୍ରଧାନ, ଜୋନ ଉପ-ସମ୍ପାଦକ ଅଶୋକ ପ୍ରଧାନ ତଥା ନର୍ଲା-୧ ଆଞ୍ଚଳିକ କମିଟି ସଭାପତି ସୁବାସ ଖାମାରୀ, ସମ୍ପାଦକ ଉଗ୍ରେସନ ନାଏକ ତଥା ଆଞ୍ଚଳିକ ସହ-ସମ୍ପାଦକ ବଳରାମ ଭୋଇ ନୂଆଖାଇର ତାତ୍ପର୍ଯ୍ୟ ତଥା ବିଭିନ୍ନ ସାଙ୍ଗଠନିକ କାର୍ଯ୍ୟ ଉପରେ ଆଲୋକପାତ କରିବା ସହିତ ଆଦର୍ଶ ସମାଜ ଗଠନରେ ଯୁବକଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। ଏଥି ସହିତ ପାଶ୍ଚାତ୍ୟ ପରମ୍ପରାରେ ଅନୁପ୍ରାଣିତ ନ ହୋଇ କୁଲତା ସମାଜରେ ଥିବା ସଂସ୍କାର ଆଧାରରେ ସମାଜକୁ ଆଗେଇ ନେବାକୁ ଯୁବକଯୁବତୀଙ୍କୁ ଜିତେନ୍ଦ୍ର କୁମାର ବିଶ୍ବାଳ ଆହ୍ବାନ କରିଥିଲେ।ଶୋଭାକର ପଧାନ ଓ ଧ୍ରୁବ ବିଶ୍ୱାଳଙ୍କ ସଂଯୋଜନାରେ ସ୍ଥାନୀୟ କଳାକାରମାନଙ୍କ ସଙ୍ଗୀତ ସହ କୁନି କୁନି ଝିଅମାନେ ନୂଆଖାଇ ଆଧାରିତ ନୃତ୍ୟ ପରିବେଷଣ କରିଥିଲେ।ଏଥିରେ ସହଯୋଗ କରିଥିବା ସମସ୍ତ କଳାକାରଙ୍କୁ ପ୍ରଶଂସା ପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ୬ଟି ଗାଁକୁ ନେଇ ଗଠିତ ମହଗାଁ ଗ୍ରାମ୍ୟକମିଟିର ଏହି ଭବ୍ୟ ଆୟୋଜନକୁ ସମସ୍ତ ମହଲରେ ଭୁୟସୀ ପ୍ରଶଂସା କରାଯାଇଛି। ହୃଷିକେଶ ଗଡତିଆ ମଞ୍ଚ ପରିଚାଳନା କରିଥିବା ବେଳେ ନାରାୟଣ ପାତ୍ର ସହଯୋଗ କରିଥିଲେ। ଶେଷରେ ଗ୍ରାମ୍ୟକମିଟି ସଭାପତି କୈଳାଶ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.