ନର୍ଲା ପୋଲିସ ପକ୍ଷରୁ ସହୀଦ ଧନମାଳି ନାଗଙ୍କୁ ଶ୍ରଦ୍ଧାଞ୍ଜଳୀ

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ଭାନପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆଜି ଦିବା ୧୧ ଘଣ୍ଟା ସମୟରେ ନର୍ଲା ପୋଲିସ ପକ୍ଷରୁ ସହୀଦ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନର୍ଲା ଆଇଆଇସି ରେଣୁକା ସୁନାଙ୍କ ନେତୃତ୍ୱରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଭାନପୁରର ଭୂମିପୁତ୍ର ପୋଲିସରେ କାର୍ଯ୍ୟରତ ଥିବା ଧନମାଳି ନାଗଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବାସହ ସ୍ମୃତି ଚାରଣ କରାଯାଇଥିଲା।

Omkar Vasthu
Omkar Vasthu


ସହୀଦ ଧନମାଳି ଏହି ଉପ୍ରା ବିଦ୍ୟାଳୟରେ ପାଠପଢୁଥିଲେ । ନର୍ଲା ପୋଲିସ ତରଫରୁ ସହିଦ ଦିବସ ପାଳିତ ହେଉଥିବା ବେଳେ ନର୍ଲା ଆଇଆଇସି ଶ୍ରୀମତୀ ସୁନା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ବୀର ସହୀଦ ସ୍ୱର୍ଗତ ଧନମାଳିଙ୍କର ସ୍ମୃତି ଚାରଣ କରିଥିଲେ । ସମ୍ମାନୀତ ଅତିଥି ଭାବରେ ସହୀଦଙ୍କ ଧର୍ମପତ୍ନୀ ଯଶୋଦା ନାଗ ଯୋଗଦାନ କରିଥିଲେ । ଓଡିଶା ପୋଲିସରେ ହାବିଲଦାର ଭାବରେ କାର୍ଯ୍ୟ କରିଥିବା ସହୀଦ ସ୍ୱର୍ଗତ ଧନମାଳି ନାଗଙ୍କ ଫଟୋଚିତ୍ରରେ ନର୍ଲା ଆଇଆଇସି ଦୀପ ପ୍ରଜ୍ୱଳନ ଓ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଦେବାପରେ ଉପସ୍ଥିତ ଜନ ସାଧାରଣ ସହୀଦଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ ।

Pearl dental clinic
Near Ashish Medical Store, Bhawanipatna


ସହୀଦଙ୍କ ଜ୍ୟେଷ୍ଠା କନ୍ୟା ମମତା ନାଗ ସହୀଦ ପିତାଙ୍କ ସ୍ମୃତି ଚାରଣ କରିବା ସହ ସେ କିଭଳି ଅଞ୍ଚଳର ଶିକ୍ଷିତ ବେକାର ଯୁବକ ଯୁବତୀ ମାନଙ୍କୁ କର୍ମ ନିଯୁକ୍ତି ପାଇଁ ସବୁବେଳେ ଚିନ୍ତା କରିବା ସହ ଭାନପୁର ଗ୍ରାମର ପ୍ରତ୍ୟେକ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଜଡିତ ରହୁଥିବା ବଖାଣିଥିଲେ । ସହୀଦ ଶ୍ରୀ ନାଗ ରାୟଗଡାରେ ଚାକିରୀ କରୁଥିବା ସମୟରେ ୧୨ଶ ଲୋକସଭା ନିର୍ବାଚନ ସମୟରେ ତା.୨୨/୨/୧୯୯୮ ମସିହାରେ ନକ୍ସଲଙ୍କ ସହ ଲଢେଇ କରି ଦେଶପାଇଁ ପ୍ରାଣବଳି ଦେଇଥିଲେ । ୨୩ ବର୍ଷ ତଳର ଘଟଣା । ସେ ସମୟରେ ତାଙ୍କ ତିନି ଝିଅ ଓ ଦୁଇ ପୁଅ ଛୋଟ ଛୋଟ ଥିଲେ । ସେ ସମୟରେ ସହୀଦ ଙ୍କ ପତ୍ନୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୧ ଲକ୍ଷ ଓ ନିର୍ବାଚନ କମିଶନରଙ୍କ ତରଫରୁ୍ର ୧ ଲକ୍ଷ ଏଭଳି ସର୍ବମୋଟ ମାତ୍ର ଦୁଇଲକ୍ଷ ଟଙ୍କା ହିଁ ଅନୁକମ୍ପା ମୂଳକ ରାଶି ମିଳିଥିଲା । କିନ୍ତୁ ବର୍ତ୍ତମାନର ଶହୀଦ ମାନଙ୍କୁ ୨୦ ଲକ୍ଷ ଟଙ୍କା ସମେତ ଘର, ପ୍ଲଟ୍, ପୁଅ ଝିଅଙ୍କୁ ପାଠ ପଢିବା ପାଇଁ ସୁବିଧା ମିଳିପାରୁଛି । ଏଣୁ ତାଙ୍କ ପରିବାରକୁ ମଧ୍ୟ ଏସବୁ ସୁବିଧା ଉପଲବ୍ଧ କରାଯିବା ସହ ସହୀଦ୍ ଙ୍କ ପୁଅଙ୍କୁ ଚାକିରି ପ୍ରଦାନ କରାଯାଉ । ତେବେ ହିଁ ସହୀଦଙ୍କୁ ପ୍ରକୃତ ଶ୍ରଦ୍ଧାଞ୍ଜଳି ଦିଆଯାଇଛି ବୋଲି କୁହାଯିବ ବୋଲି ସହୀଦଙ୍କ ସହଧର୍ମିଣୀ ଯଶୋଦା ନାଗ ଓ ସହୀଦ ଶ୍ରୀ ନାଗଙ୍କ ଝିଅ ମମତା ନାଗ ତାଙ୍କ ମତ ରଖିଥିଲେ ।

Udyog Nursery
Udyogi Nursery


ଅନ୍ୟ ମାନଙ୍କ ମଧ୍ୟରେ ଭାନପୁର ସରପଞ୍ଚ ଧିରଜ ପଧାନ, ବିଜେଡି ନର୍ଲା ବ୍ଲକ ସଭାପତି ପରେଶ ପଧାନ, ସାଧାରଣ ସମ୍ପାଦକ ତଥା ଧନମାଳିଙ୍କ କନିଷ୍ଠ ଭ୍ରାତା ଭ୍ରମର ନାଗ ସହୀଦ ସ୍ୱର୍ଗତ ଧନମାଳିଙ୍କ ସ୍ମୃତି ଚାରଣ କରିଥିଲେ । ନର୍ଲା ଏସଆଇ ବଂଶୀଧର ସାମଲ କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିବା ବେଳେ ଥାନା ଷ୍ଟାଫ୍ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଏସଆଇ ବଂଶୀଧର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.