ପୌରାଣିକ ସମୀକ୍ଷା ପରିଷଦ ପକ୍ଷରୁ ଅଷ୍ଟାଦଶ ପୁରାଣ ଆଧାରିତ କଳ୍କୀ ଅବତାର ପ୍ରସଙ୍ଗ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ

ଅନୁଗୋଳ: ପୌରାଣିକ ସମୀକ୍ଷା ପରିଷଦ ଅନୁଗୋଳ ପକ୍ଷରୁ ସମୀକ୍ଷକ ଅଧ୍ୟାପକ ତ୍ରିନାଥ ପଟ୍ଟନାୟକଙ୍କ ଦ୍ବାରା ଅଷ୍ଟାଦଶ ପୁରାଣ, ଉପ ପୁରାଣ ଆଧାରିତ କଳ୍କୀ ଅବତାର ବିଷୟ ପ୍ରସଙ୍ଗ ଏକ ସମୀକ୍ଷା ପର୍ବ ଅନଲାଇନ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୌରାଣିକ ପରିଷଦର ସଦସ୍ୟଗଣ ଉପସ୍ଥିତ ରହି ପ୍ରସଙ୍ଗ ଆଧାରିତ ନିଜ ନିଜର ଉପସ୍ଥାପନା ପ୍ରଦାନ କରିଥିଲେ।

Omkar Vasthu
Omkar Vasthu


ମନୁଷ୍ୟକୁ ସତ ମାର୍ଗ ଏବଂ ଧର୍ମ ମାର୍ଗରେ ପରିଚାଳିତ ହେଲେ କଳିର ପ୍ରଭାବରୁ ନିଶ୍ଚିତ ମୁକ୍ତି ମିଳିପାରିବ ଏଥିରେ ନିଃସନ୍ଦେହ ମାତ୍ର ବୋଲି ସମୀକ୍ଷକ ତ୍ରିନାଥ ପଟ୍ଟନାୟକ ନିଜ ମତ ପୋଷଣ କରିଥିଲେ। ଏହି ସମୀକ୍ଷା ପର୍ବରେ ଭାଗ ନେଇଥିବା ପରିଷଦର ସଦସ୍ୟଙ୍କ ମଧ୍ୟରେ କଟକରୁ ପଣ୍ଡିତ ମୂରଲୀଧର ସାହୁ, ବସନ୍ତ ମିଶ୍ର, ଅନୁଗୋଳରୁ ମୋହନ ବେହେରା, ପୁଷ୍ପଶ୍ରୀ ଶତପଥୀ ଗୌତମ ନାୟକ, ତାଳଚେରରୁ ପୁଷ୍ପଲତା ପଟ୍ଟନାୟକ, ହିନ୍ଦୋଳରୁ ଦୁଖବନ୍ଧୁ ନାଏକ, ଅନୁଗୋଳରୁ ତ୍ରିନାଥ ଗଡ଼ନାୟକ, ଗୀତାମୟୀ ମହାପାତ୍ର, ରମେଶ ଗଡ଼ନାୟକ, ବାଲେଶ୍ୱରରୁ ଦୁର୍ଯ୍ୟୋଧନ ବାରିକ, ଅନୁଗୋଳରୁ ବବୁନ ବେହେରା, କାଳିଆ ବେହେରା, ହିମାଂଶୁ ବେହେରା, ସଂଯୁକ୍ତା ନାଥ ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ପ୍ରସଙ୍ଗ ଆଧାରିତ ମତ ରଖିଥିଲେ। ପରିଶେଷରେ ସମୀକ୍ଷା ପର୍ବରେ ଦାୟିତ୍ୱ ଗ୍ରହଣ କରିଥିବା ଅଧ୍ୟାପକ ତ୍ରିନାଥ ପଟ୍ଟନାୟକଙ୍କ ସମେତ ଅଂଶଗ୍ରହଣକାରୀ ସଭ୍ୟ ସଭ୍ୟା ମାନଙ୍କୁ ପରିଷଦର ସମ୍ପାଦକ ରଞ୍ଜନ ଭୁକ୍ତା ଧନ୍ୟବାଦ ଅର୍ପଣ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.