ଶନିବାର ଆମପାଣି ବୁଢ଼ାରଜାଙ୍କ ଦଶରା ଯାତ୍ରା

● ପ୍ରସ୍ତୁତି ବୈଠକରେ ଯାତ୍ରାର ଋପରେଖ ନେଇ ହେଲା ଆଲୋଚନା, ବିନା ଭକ୍ତରେ କୋଭିଡ ଗାଇଡ ଲାଇନ ଅନୁସରଣ କରି ପାଳିତ ହେବ ଦେବତାଙ୍କ ରୀତିନୀତି

କୋକସରା, (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଘାଟି ତଳେ ପୂଜିତ ବୁଢ଼ାରଜାଙ୍କ ବାର୍ଷିକ ଦଶରା ଆସନ୍ତା ୨୩ ତାରିଖ ଶନିବାର ଦିନ ପାଳନ ହେବାକୁ ଯାଉଛି। ଏହି ପ୍ରସିଦ୍ଧ ଯାତ୍ରାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହେଉଥିବା କାରଣରୁ ସୁରକ୍ଷା ଓ କୋଭିଡ ସଂକ୍ରମଣ ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ କଟକଣା ଜାରି କରିଛନ୍ତି। ବିନା ଭକ୍ତରେ ବିଧି ରକ୍ଷା ପାଇଁ ଦଶରା ପାଳନ ହେବ। ଏ ନେଇ ଗୁରୁବାର ଧର୍ମଗଡ଼ ଉପ ଜିଲ୍ଲାପାଳ ପି. ସଚିନ ପ୍ରକାଶଙ୍କ ଅଧ୍ୟକ୍ଷତାରେ କୋକସରା ତହସିଲଦାର ମନୋଜ କୁମାର ପାଢୀ, ଧର୍ମଗଡ଼ ଉପଖଣ୍ଡ ପୋଲିସ ଅଧିକାରୀ ଧିରଜ କୁମାର ଚୋପଦାର, ଆମପାଣି ଥାନା ଅଧିକାରୀ ଚତୁର୍ଭୁଜ ନାଏକଙ୍କ ଉପସ୍ଥିତି ରେ କୋକସରା ତହସିଲ କାର୍ଯ୍ୟାଳୟରେ ବୁଢ଼ାରଜା ପୂଜା କମିଟିର କର୍ମକର୍ତ୍ତା ସହ ଆଲୋଚନା ହୋଇଛି। ସରକାରଙ୍କ କୋଭିଡ ଗାଇଡ ଲାଇନ ଅନୁସରଣ କରି ନିରାଡ଼ମ୍ବର ଓ ବିନା ଭକ୍ତରେ ପୂଜାର୍ଚ୍ଚନା କରିବାକୁ ନିଷ୍ପତ୍ତି ନିଆଯାଇଛି। ପୁଜା କମିଟି ପକ୍ଷରୁ ଆମପାଣି ସରପଞ୍ଚ ଟିକିଚନ୍ଦ୍ର ଧଙ୍ଗଡ଼ାମାଝୀ, ଫକିର ମୋହନ ପୁଝାରି, ଋତୁରାଜ ମାଝୀ, ତ୍ରିନାଥ ପ୍ରସନ୍ନ ରାୟ, ଜିତେନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ। ବୁଢ଼ାରଜା ବାର୍ଷିକ ଦଶରାରେ ମନ୍ଦିର ପରିସର ରୁ ୫୦୦ ମିଟର ମଧ୍ୟରେ ୧୪୪ ଧାରା ଜାରି କରାଯିବା ନେଇ ସୁଚନା ମିଳିଛି। ଆଇନ ଶୃଙ୍ଖଳା ପାଇଁ ପୋଲିସ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯିବା ନେଇ ସୂଚନା ମିଳିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.