ବ୍ଲକ ସମ୍ମୁଖରେ ଗାଁ ସାଥୀ ସଂଘର ଗଣଧାରଣା

କଳାହାଣ୍ଡି, (ନରୋତ୍ତମ ସେଲମା): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସମ୍ମୁଖରେ ଆଜି ବ୍ଲକ ଗାଁ ସାଥୀ ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଗଣଧାରଣା ଦିଆଯାଇଛି। ଦୁର୍ଗାମଣ୍ଡପ ଠାରୁ ଗାଁ ସାଥୀ ମାନେ ଏକ ରାଲିରେ ଆସି ବ୍ଲକ ସମ୍ମୁଖରେ ଧାରଣାରେ ବସିଥିଲେ। ସଂଘ ସଭାପତି ଭିକାରୀ କୁମାର, ସମ୍ପାଦକ ରୋହିତ ସାହୁଙ୍କ ନେତୃତ୍ୱରେ ଶତାଧିକ ଗାଁ ସାଥୀ ସାମିଲ ହୋଇଥିଲେ।

Omkar Vasthu
Omkar Vasthu


୨୫ ଦଫା ଦାବିପତ୍ର ବିଡ଼ିଓଙ୍କ ଅନୁପସ୍ଥିତରେ ଜିପିଓଙ୍କ ମାଧ୍ୟମରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ବିରୋଧୀ ଦଳ ନେତାଙ୍କ ଉଦେଶ୍ୟରେ ପ୍ରଦାନ କରିଥିଲେ।ଦାବୀ ଗୁଡିକ ମଧ୍ୟରେ ଗାଁ ସାଥୀ ଙ୍କୁ ମାସିକ ପାରିଶ୍ରମିକ ପ୍ରଦାନ, ମନରେଗା କାର୍ଯ୍ୟରେ ଗାଁ ସାଥୀଙ୍କୁ ସାମିଲ କରିବା, କୋଭିଡ ସହାୟତା ରାଶି ପ୍ରଦାନ କରିବା, ମନରେଗା କାମରେ ଠିକାଦାରୀ ପ୍ରଥା ଉଛେଦ କରିବା ଆଦି ଅନ୍ତର୍ଭୁକ୍ତ।

Pearl dental clinic
Near Ashish Medical Store, Bhawanipatna


ଗଣଧାରଣା କାର୍ଯ୍ୟକ୍ରମରେ ବରିଷ୍ଠ ଗାଁ ସାଥୀ ନରୋତ୍ତମ ସେଲମା ମହାତ୍ମା ଗାନ୍ଧୀଙ୍କ ପ୍ରତିକୃତିରେ ପୂଜାର୍ଚନା କରିବା ପରେ ଧାରଣା ଆରମ୍ଭ ହୋଇଥିଲା। ସମ୍ପାଦକ ରୋହିତ କୁମାର ସାହୁଙ୍କ ସଂଯୋଜନାରେ ଆୟୋଜିତ ଧାରଣା ସଭାରେ ନରୋତ୍ତମ ସେଲମା, ଯୁବରାଜ ନାଗ, ତୁମେଶ୍ୱର ସାହୁ, ସଭାପତି ଭିକାରୀ କୁମାର ପ୍ରମୁଖ ଉଦବୋଧନ ଦେଇ ଗାଁ ସାଥୀ ମାନଙ୍କ ପ୍ରତି ବ୍ଲକ ଓ ପଂଚାୟତ ପ୍ରଶାସନ ଉପେକ୍ଷା କରୁଥିବାରୁ ତୀବ୍ର ସମାଲୋଚନା କରିଥିଲେ। ଗାଁ ସାଥୀଙ୍କ ନ୍ୟାର୍ଯ୍ୟ ଦାବୀ ପ୍ରତି ଯଦି ପ୍ରଶାସନ ଗୁରୁତ୍ୱ ନ ଦିଏ, ତା ହେଲେ ଆଗାମୀ ଦିନରେ ବ୍ଲକ ଓ ପଂଚାୟତକୁ ଅଚଳ କରିଦିଆଯିବ ବୋଲି ଚେତାବନୀ ଦେଇଥିଲେ। ଏହି ଧାରଣାରେ ଗାଁ ସାଥୀ ଯୁଗଳ କିଶୋର ନାୟକ, ନୀଳମଣି ବାଗ, ମାୟାଧର ଭୋଇ, ବିପ୍ର ସାହୁ, ଜଗଦିଶ ସାହୁ, ଲିମାଚାର୍ଯ୍ୟ ସାହୁ, ସୁମତି ଗହୀର ଙ୍କ ସମେତ ଶତାଧିକ ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.