ପଛୁଆବର୍ଗଙ୍କ କଳାହାଣ୍ଡି ବନ୍ଦ ଡ଼ାକରା, ମ.ରାମପୁରରେ ପ୍ରଭାବଶୂନ୍ୟ

କଳାହାଣ୍ଡି, (ହେମନ୍ତ ସାହୁ): ଆସନ୍ତା ପଂଚାୟତ ନିର୍ବାଚନରେ ପଛୁଆବର୍ଗଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣର କଥା କହୁଥିଲେ ହେଁ କଳାହାଣ୍ଡିରେ କିନ୍ତୁ ଏହାର ଘୋର ପାତର ଅନ୍ତର ଦେଖାଦେଇଛି । ଏହି ଅନିୟମିତତାକୁ ବିରୋଧ କରି ଏବେ ଜିଲ୍ଲାରେ ପଛୁଆବର୍ଗ ଆଗେଇ ଆସି ଦାବୀପତ୍ର ପ୍ରଦାନ ଠାରୁ ଆରମ୍ଭ କରି ବିଭିନ୍ନ ସଭାସମିତିମାନ କରୁଥିବା ଜଣାଯାଇଛି । ତେବେ ଆଜି ଏହି ବିରୋଧର ପ୍ରତିବାଦରେ ତଥା ସଂରକ୍ଷଣ ଦାବୀନେଇ ପଛୁଆବର୍ଗ ୧୨ ଘଂଟିଆ କଳାହାଣ୍ଡି ବନ୍ଦ ଡ଼ାକରା ଦେଇଥିଲେ ହେଁ ମ.ରାମପୁର ବ୍ଲକରେ କିନ୍ତୁ ଏହାର କୌଣସି ପ୍ରଭାବ ଦେଖିବାକୁ ମିଳିନଥିଲା । ଦୋକାନବଜାର ସ୍ୱାଭାବିକ ଭାବରେ ଖୋଲ ରହିଥିବାବେଳେ ଅନ୍ୟାନ୍ୟ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଗୁଡ଼ିକ ମଧ୍ୟ ଖୋଲାରହିଥିବା ଦେଖିବାକୁ ମିଳିଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.