ଭୁବନେଶ୍ୱରଠାରେ ଗାଁ ସାଥି ମିଳିତ କ୍ରିୟାନୁଷ୍ଠାନ କମିଟିର ବିଶାଳ ସମାବେଶ ଓ ଗଣଧାରଣା

ଭୁବନେଶ୍ୱର/ଜୟପାଟଣା, (ଧନେଶ୍ଵର ପୁଞ୍ଜି): ଗାଁ ସାଥି ମିଳିତ କ୍ରିୟାନୁଷ୍ଠାନ କମିଟି ଓଡ଼ିଶା ପ୍ରଦେଶ ତରଫରୁ ପାଂଚ ଦଫା ନେଇ ଭୁବନେଶ୍ଵର ବିଧାନ ସଭା ସମ୍ମୁଖରେ ବିଶାଳ ସମାବେଶ ଓ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି। ଏହି କ୍ରମରେ କଳାହାଣ୍ଡି ଜିଲ୍ଲା ସଭାପତି ଭଗବାନ ବିହାରୀ ଙ୍କ ନେତୃତ୍ବରେ ଜିଲ୍ଲାର ୧୩ଟି ବ୍ଳକର ଗାଁ ସାଥି/ମେଟ ଅଂଶ ଗ୍ରହଣ କରିଥିଲେ। ମହାମହିମ ରାଜ୍ୟପାଳଙ୍କୁ ପାଞ୍ଚ ଦଫା ଦାବିପତ୍ର ମଧ୍ୟ ପ୍ରଦାନ କରିଥିଲେ।

Omkar Vasthu
Omkar Vasthu


ଗାଁ ସାଥି ମାନଙ୍କୁ ମାସିକ ଆଠ ହଜାର ଟଙ୍କାରୁ ଉର୍ଦ୍ଧ୍ବ ପ୍ରୋତ୍ସାହନ ରାଶି ପ୍ରଦାନ, ରାଜ୍ୟ ପଞ୍ଚାୟତ ରାଜ ଓ ପାନୀୟ ଜଳ ଵିଭାଗ ଓଡିଶା ସରକାର ଚିଠି ନଂ ୯୪୦ ତା ୧୧-୦୧-୨୦୧୯ ଅନୁସାରେ ଉଚିତ୍ ପ୍ରାପ୍ୟ ସହିତ ମାସକୁ ସର୍ବ ନିମ୍ନ ୧୦ ଦିନର କାର୍ଯ୍ୟ ଯୋଗାଣ ନଚେତ୍ ସେହି ଅନୁସାରେ ଭତା ପ୍ରଦାନ କରିବା, ଗାଁ ସାଥୀ ମେଟଙ୍କ ବିରୋଧରେ ହେଉଥିବା ସମସ୍ତ ନକରାତ୍ମକ ସରକାରୀ ଚିଠିକୁ ତୁରନ୍ତ ପ୍ରତ୍ୟାହାର କରିବା,

Pearl dental clinic
Near Ashish Medical Store, Bhawanipatna


ରାଜ୍ୟର ସମସ୍ତ ନ୍ୟାୟ ଆଶାୟୀ ଗାଁ ସାଥି/ମେଟ କୁ ମହାମାରୀର ଏହି ସ୍ଥିତିରେ ୨୦୦୦୦ ଟଙ୍କା କୋଭିଡ ସହାୟତା ପ୍ରଦାନ କରିବା, ରାଜ୍ୟରେ ମନରେଗା କାର୍ଯ୍ୟରତ ଜବକାର୍ଡ ଧାରିଙ୍କୁ ୧୦୦ ଦିନ ପରିର୍ବତେ ୨୦୦ ଦିନର ନିଶ୍ଚିତ କର୍ମ ଯୋଗାଣ ଓ ୨୧୫ ଟଙ୍କା ପରିର୍ବତେ ୩୦୦ ଟଙ୍କା ରୁ ଉର୍ଦ୍ଧ୍ବ ମଂଜୁରୀ ବ୍ୟବସ୍ଥା ପାଇଁ ନିବେଦନ କରାଯାଇଥିଲା। ସଭାଟିକୁ ପରିଚାଳନା କରିଥିଲେ କଳାହାଣ୍ଡି ଜିଲ୍ଲା ଗାଁ ସାଥି ମେଟର ସାଧାରଣ ସମ୍ପାଦକ ଶ୍ରୀ ତରୁଣ କୁମାର ନାଏକ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.