ଭବାନୀପାଟଣା ବ୍ଲକରେ ନୂତନ ଏବିଇଓଙ୍କ ଯୋଗଦାନ

ଭବାନୀପାଟଣା: ଭବାନୀପାଟଣା ବ୍ଲକରେ ନୂତନ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ ଯୋଗ ଦେଇଛନ୍ତି ଶ୍ରୀଯୁକ୍ତ ହୃଷିକେଶ ନାଏକ। ଗତ ୦୯ତାରିଖ ଦିନ ସେ ବିଇଓଙ୍କ ଉପସ୍ଥିତିରେ କାର୍ଯ୍ୟରେ ଯୋଗ ଦେଇଥିଲେ। କାର୍ଯ୍ୟାଳୟ ପକ୍ଷରୁ ଆଜି ନୂତନ ଏବିଇଓଙ୍କୁ ସ୍ୱାଗତ କରାଯାଇଛି। ଶ୍ରୀ ନାଏକଙ୍କୁ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ସ୍ୱାଗତ ସଭାରେ ବିଇଓ ଜଗନ୍ନାଥ ପୁରୋହିତ, ବିଆରସିସି ଜୟକୁମାର ମାଝୀ, ଏବିଇଓ ସାରଂଗଧର ମୁଣ୍ଡଙ୍କ ସମେତ ମୁଖ୍ୟ କିରାଣୀ ଗଣେଶ ପୁଝାରୀ, ଲୋକନାଥ ନାଏକ, ଅକ୍ଷୟ ପଣ୍ଡା, ଚକ୍ରଧର ଠାକୁର, ଅରୁଣ ମିଶ୍ର, ଶୁଭ୍ରାଂଶୁ ଆଚାର୍ଯ୍ୟ, ସୁନୀଲ ନନ୍ଦ, ସୁଚିସ୍ମିତା ସୁଆର, ଦୁଷ୍ମନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଭବାନୀପାଟଣା ବ୍ଲକର ଶିକ୍ଷା ଓ ଶିକ୍ଷକଙ୍କ ଅଭାବ ଓ ଅସୁବିଧା ଦୂରୀକରଣ ଦିଗରେ କାର୍ଯ୍ୟ କରିବା ପାଇଁ ଚେଷ୍ଟା କରିବି ବୋଲି ଶ୍ରୀ ନାଏକ ନିଜ ପ୍ରତିକ୍ରିୟାରେ କହିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.