ବେଦାନ୍ତର ମନମୁଖୀ କାର୍ଯ୍ୟର ପ୍ରତିବାଦ: ଆରଡିସିଙ୍କୁ ଭେଟିଲେ ଲାଞ୍ଜିଗଡ଼-ମୁନିଗୁଡା ଅଞ୍ଚଳ ବିକାଶ ପରିଷଦର କର୍ମକର୍ତ୍ତା

ଲାଞ୍ଜିଗଡ଼: ବ୍ରହ୍ମପୁର ଠାରେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର (ଆରଡିସି)ଙ୍କୁ ସାକ୍ଷାତ କରିଛନ୍ତି ଲାଞ୍ଜିଗଡ଼-ମୁନିଗୁଡା ଅଞ୍ଚଳ ବିକାଶ ପରିଷଦର କର୍ମକର୍ତ୍ତା। ଲାଞ୍ଜିଗଡ଼ର ପୂର୍ବତନ ବିଧାୟକ ବଳଭଦ୍ର ମାଝୀଙ୍କ ନେତୃତ୍ୱରେ ପରିଷଦର ଏକ ପ୍ରତିନିଧି ଦଳ ଆରଡିସିଙ୍କ ସହ ଆଲୋଚନା କରିବାସହ ବେଦାନ୍ତର ମନମୁଖୀ କାର୍ଯ୍ୟ ବିରୁଦ୍ଧରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଲାଞ୍ଜିଗଡ଼-ମୁନିଗୁଡା ବିକାଶ ପରିଷଦର ଅଭିଯୋଗ ଅନୁସାରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଠାରେ ସ୍ଥାପିତ ହୋଇଥିବା ବେଦାନ୍ତ କମ୍ପାନୀ ଦୀର୍ଘ ୧୭ ବର୍ଷ ହେଲା ଜନ ସାଧାରଣଙ୍କୁ ଅଣଦେଖା କରିବା ସହିତ ବିଭିନ୍ନ ପ୍ରସଙ୍ଗରେ ଲୋକଙ୍କୁ ଭୂଆଁ ବୁଲାଇ ଆସୁଛି।

Omkar Vasthu
Omkar Vasthu


ଆରଡିସିଙ୍କୁ ପ୍ରଦାନ କରାଯାଇଥିବା ମୁଖ୍ୟ ଦାବି ଗୁଡ଼ିକ ହେଉଛି – ସ୍ଥାନୀୟ ବେକାର ଯୁବକ ଯୁବତୀ ମାନଙ୍କୁ ଶିକ୍ଷାଗତ ଯୋଗ୍ୟତା ଭିତ୍ତିରେ ବେଦାନ୍ତ କମ୍ପାନୀରେ ନିଯୁକ୍ତି ଦେବା, ଯନ୍ତ୍ର ମାଧ୍ୟମରେ ବକ୍ସାଇଟ ଅନ୍ଲୋଡିଙ୍ଗ୍ ଏବଂ ଲୋଡିଙ୍ଗ୍ କରିବା ବଦଳରେ ଟ୍ରକ୍ ଏବଂ ଶ୍ରମିକ ନିଯୁକ୍ତି କରିବା, ଏହାସହ ବନ୍ଧଗୁଡା, କପାଗୁଡା, ବସନ୍ତପଡା, କିନାରି, ଛତ୍ରପୁର, ବଣ୍ଡେଲ, କେନ୍ଦୁଗୁଡା, ସିନ୍ଧିବାହିଲି,ଓ କେନ୍ଦୁବରଡି ଗାଁକୁ ବିସ୍ଥାପିତ କରିବା। ସିଆରଏସ ପାଣ୍ଠିର ଉପଯୁକ୍ତ ବିନିଯୋଗ ହେଉନାହିଁ। ଅଞ୍ଚଳର ଶିକ୍ଷା, ସ୍ବାସ୍ଥ୍ୟ, କୃଷି ଓ ଶିଶୁ ବିକାଶ, ପାନୀୟ ଜଳ, ବିଦ୍ୟୁତ କରଣ, ସଡକ ନିର୍ମାଣ ଦିଗରେ କମ୍ପାନୀ କତୃପକ୍ଷ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି। ତେଣୁ ସିଏସଆର ପାଣ୍ଠିରୁ ଅଞ୍ଚଳର ପାରିପାର୍ଶ୍ୱିକ ବିକାଶ ପାଇଁ ସତ୍ ବିନିଯୋଗ କରାଯାଉ। ସ୍ଥାନୀୟ ଠିକାଦାରମାନଙ୍କୁ ଅଣଦେଖା କରାଯାଇ ବାହାର ରାଜ୍ୟର ଠିକାଦାରଙ୍କୁ କାମ ଦିଆଯାଉଛି। ତେଣୁ ସ୍ଥାନୀୟ ଠିକାଦାରମାନଙ୍କୁ କାମ ଯୋଗାଉ ବେଦାନ୍ତ। ନୂତନ ଜମି ଅଧିଗ୍ରହଣ ଆଇନ-୨୦୧୩ ଅନୁସାରେ ଜମି ହରାଇଥିବା ପରିବାରକୁ ଥଇଥାନ କରାଯାଉ।ଏହା ବ୍ୟତିରେକ ମୁନିଗୁଡା ତଥା ଲାଞ୍ଜିଗଡ଼ ବ୍ଲକ ଅଞ୍ଚଳର ବିଭିନ୍ନ ସମସ୍ୟା ସମ୍ପର୍କରେ ସେମାନେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏପରିକି ଲାଞ୍ଜିଗଡ଼ ଏବଂ ମୁନିଗୁଡା ଦୁଇଟି ବ୍ଲକରେ ଦୁଇଟି ବିଜ୍ଞାନ ମହାବିଦ୍ୟାଳୟ, ଶିଳ୍ପ ତାଲିମ କେନ୍ଦ୍ର ସହିତ ଅନ୍ୟାନ୍ୟ ପ୍ରସଙ୍ଗରେ ରାଜସ୍ୱ କମିଶନରଙ୍କୁ ସାକ୍ଷାତକରିଥିବା ଜଣାପଡିଛି।

Pearl dental clinic
Near Ashish Medical Store, Bhawanipatna

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.