ଦେବଗିରି ମଠରେ ମହାଶିବରାତ୍ରୀ ଓ ମହାକାଳ ଯଜ୍ଞ

ଶନିଦେବଙ୍କ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଓ ଅନନ୍ତକାଳ ଭୋଗ ଦାନ ଗ୍ରହଣର ଶୁଭାରମ୍ଭ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ବୁଢ଼ୀପଦର ସ୍ଥିତ ଐତିହାସିକ ଦେବଗିରି ମଠରେ ପାରମ୍ପରିକ ରିତିନିତି ଅନୁସାରେ ମହାଶିବରାତ୍ରୀ ଅନୁଷ୍ଠିତ ହୋଇଯାଇଛି।

ରବିବାର ଭୋର ୪ଟାରୁ କବାଟଫିଟା ନିତି ସହ ମଠର ଗୁମ୍ଫା ମଧ୍ୟସ୍ଥ କାଶି ବିଶ୍ୱନାଥ ମହାଦେବଙ୍କ ସ୍ବତନ୍ତ୍ର ପୂଜାର୍ଚ୍ଚନା ହୋଇଥିଲା। ଏହାପରେ ଦିନତମାମ ଭକ୍ତମାନଙ୍କ ଗହଳି ଲାଗି ରହିଥିଲା। ଏହି ଅବସରରେ ମହାକାଳ ଯଜ୍ଞ ଓ ଶନି ଦେବଙ୍କ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଓ ଅନନ୍ତକାଳ ଭୋଗ ଦାନ ଗ୍ରହଣର ଶୁଭାରମ୍ଭ କରାଯାଇଥିଲା।

ମଠର ଟ୍ରଷ୍ଟି ସୁନୀଲ କୁମାର ଧଙ୍ଗଡାମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଅନନ୍ତକାଳ ଭୋଗ ଦାନ ଗ୍ରହଣ କାର୍ଯ୍ୟକ୍ରମରେ ଅତିଥି ଭାବେ ନର୍ଲା ଜୋନ୍-୨ ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ନର୍ଲା ଥାନା ଭାରପ୍ରାପ୍ତ ଅଧିକାରୀଣୀ ଏସ୍. ପଧାନ, ଏସଏସଆଇ ଅବନୀ ରଞ୍ଜନ ଖୁରା, ନର୍ଲା ବ୍ଲକ ମହିଳା ବିଜେଡି ସଭାନେତ୍ରୀ ପ୍ରମିଳା ପଧାନ, ରାକ୍ସି ସରପଞ୍ଚ ଯେମନ୍ତ ପୋଢ, ସମିତିସଭ୍ୟ ଚୁମନ ଭୋଇ, ସମାଜସେବୀ ପ୍ରଦ୍ୟୁମ୍ନ ଭୋଇ ପ୍ରମୁଖ ଉପସ୍ଥିତ ରହି ଭକ୍ତମାନଙ୍କ ଠାରୁ ଦାନ ଗ୍ରହଣ କରି ଏହି ନୂତନ ସେବାର ଶୁଭାରମ୍ଭ କରିଥିଲେ। କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା କରିଥିଲେ ଟ୍ରଷ୍ଟ ବୋର୍ଡର ବରିଷ୍ଠ ସଦସ୍ୟ ସଞ୍ଜୟ ଧଙ୍ଗଡାମାଝୀ।

ଶନିଦେବଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଓ ମହାକାଳ ଯଜ୍ଞରେ କର୍ତ୍ତା ଭାବେ ଟ୍ରଷ୍ଟ ବୋର୍ଡର ବରିଷ୍ଠ ସଦସ୍ୟ ବିଜୟ ଧଙ୍ଗଡ଼ାମାଝୀ ଓ ତାଙ୍କ ଧର୍ମପତ୍ନୀ ଚନ୍ଦ୍ରମାଁ ଧଙ୍ଗଡାମାଝୀ ଥିବାବେଳେ ସନ୍ତୋଷ ପାଢ଼ୀ ପୂଜକ ଦାଇତ୍ୱ ନିର୍ବାହ କରିଥିଲେ।

ସନ୍ଧ୍ୟାରେ ମହାଦୀପ ପ୍ରଜ୍ଜଳନ ସହ ଭକ୍ତମାନେ ଅଖଣ୍ଡ ଦୀପ ଜାଳି ଉଜାଗର ପାଳନ କରିଥିଲେ। ବିଜୟ ଧଙ୍ଗଡ଼ାମାଝୀ, ବିଷ୍ଣୁ ଗଉଡ, ଜୟଦ୍ରଥ ଜାଲ, ସେବାୟତ ତବିବର ଦାସ, ବିଭିଷଣ ଦାସ ମହାଦୀପ ନିତି ସଂପାଦନ କରିଥିଲେ। ରାତି ୧୧.୪୫ ରେ ମହାଦୀପ ଉଠିଥିଲା।

ସୋନପୁର ଝୁପୁଡିପଡାର ମାଁ ତୁଳସୀ ମହିଳା ଦଣ୍ଡନୃତ୍ୟ ରାତି ତମାମ ଦର୍ଶକଙ୍କ ମନୋରଞ୍ଜନ କରିଥିଲେ। ଦିନ ରାତି ମଠରେ ବୈଠକି କିର୍ତ୍ତନ ଲାଗି ରହିଥିଲା। ମଙ୍ଗଳବାର ଚଣ୍ଡୀ ପାଠ ସହ ସପ୍ତାହବ୍ୟାପୀ କାର୍ଯ୍ୟକ୍ରମ ସମାପନ ହେବ ବୋଲି ଟ୍ରଷ୍ଟ ବୋର୍ଡ ପକ୍ଷରୁ ସୂଚନା ରହିଛି।

ଭଗବତ ସ୍ବାମୀ ଦେବଗିରି ମଠ ଟ୍ରଷ୍ଟ ବୋର୍ଡ ସଦସ୍ୟ ରଜନୀ ଗଉଡ, ପ୍ରଦୀପ ଧଙ୍ଗଡାମାଝୀ, ଦେବ ଗଉଡ, ଶତ୍ରୁଘନ ଧଙ୍ଗଡାମାଝୀ, ଭରତ ଧଙ୍ଗଡାମାଝୀ, ଲୋକନାଥ ଗଉଡ, ସୁରେନ୍ଦ୍ର ମାଝୀଙ୍କ ସମେତ ପୂର୍ବା ଗଉଡ, ଧନେ ହେର୍ଣ୍ଣା, ଅଶୋକ ଧଙ୍ଗଡାମାଝୀ, ଆଦି ଗଉଡ, ମଠର ଗୋପାଳ ସେବକ ଟିକେ ଗଉଡ ଓ ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.