ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ବକ୍ତୃତା ପ୍ରତିଯୋଗିତା ଆୟୋଜିତ

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଠାରେ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଓ କ୍ରୀଡ଼ା ମନ୍ତ୍ରାଳୟ ପକ୍ଷରୁ ମା’ ହୀରାନୀଳା ମହାବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ବକ୍ତୃତା ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମର ବିଷୟବସ୍ତୁ ‘ଦେଶପ୍ରେମ ଓ ରାଷ୍ଟ୍ର ନିର୍ମାଣ’ ଏବଂ ‘ସବକା ସାଥ, ସବକା ବିକାଶ ଔର ସବକା ପ୍ରୟାସ’ ଥିଲା। ଏହି ପ୍ରସଙ୍ଗରେ ଛାତ୍ରଛାତ୍ରୀମାନେ ବକ୍ତବ୍ୟ ରଖିଥିଲେ।

Omkar Vasthu
Omkar Vasthu


ଉକ୍ତ କାର୍ଯ୍ୟକ୍ରମକୁ ଯୁବ ସେଚ୍ଛାସେବୀ ବିଭୂତି ଭୂଷଣ ଦୂର୍ଗା ଓ ଜିତେନ୍ଦ୍ର ନାୟକ ପରିଚାଳନା କରିଥିବା ବେଳେ ମା’ ହୀରାନୀଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଅରୁଣ ଚନ୍ଦନ ଅଧ୍ୟକ୍ଷତା କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ଅଧ୍ୟାପକ ସୁବାଷ ହିଆଲ, ପ୍ରସନ୍ନ ନାୟକ, ବିଜୟ କୁମାର, ପାଠାଗାର ପରିଚାଳକ ଧବଳେଶ୍ବର ଠେଲା, ଅଧ୍ୟାପିକା ପୁଷ୍ପାଞ୍ଜଳି ନାୟକ, ଚିନ୍ମୟୀ ସାହୁ, ନିଲେନ୍ଦ୍ରି ଶତପଥୀ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଶେଷରେ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।

Pearl dental clinic
Near Ashish Medical Store, Bhawanipatna

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.