ବଙ୍ଗୋମୁଣ୍ଡା: କପିଳେଶ୍ଵର ଯୁବକ ସଂଘ ଯୁରାବନ୍ଧ ଓ ନେହେରୁ ଯୁବ କେନ୍ଦ୍ର ବଲାଙ୍ଗୀର ମିଳିତ ଅନୁକୂଳ୍ଯରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି। ବଙ୍ଗୋମୁଣ୍ଡା ବ୍ଲକ ଯୁରାବନ୍ଧ ଠାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ସଂଘର ସଭାପତି ତୁଳାଚନ୍ଦ୍ର ପୋଢ ଅଧ୍ୟକ୍ଷତା କରିଥିବାବେଳେ ନେହେରୁ ଯୁବ କେନ୍ଦ୍ର ବଲାଙ୍ଗୀରର ଯୁବ ସ୍ବେଚ୍ଛାସେବୀ ଜଗନ୍ନାଥ ବେହେରା ଉପସ୍ଥିତ ରହି ସମ୍ବିଧାନ ବିଷୟରେ ଆଲୋକପାତ କରିଥିଲେ। ଏହି ଅବସରରେ ସମସ୍ତେ ଗାଁ ପରିକ୍ରମା କରି “କେଚ୍ ଦ ରେନ୍ ଓ୍ବାଟର” କାର୍ଯ୍ୟକ୍ରମ ମାଧ୍ୟମରେ ଜଳକୁ କିପରି ସଂରକ୍ଷିତ ରଖିପାରିବା ସେ ବିଷୟରେ ଲୋକ ମାନଙ୍କୁ ସଚେତନ କରିବା ସହିତ ସମସ୍ତେ ସପଥ ପାଠ କରିଥିଲେ। ସଂଘର କାର୍ଯ୍ୟକାରି ସଭାପତି ମୋହନ ବାଗ, ଚନ୍ଦ୍ରହାସ ପୋଢ, ଡିଲେଶ୍ବର ପୋଢ, ଜିତୁ ଛତ୍ରିଆ, ହରି ସଗ୍ରିଆ, ସୋନୁ ଛତ୍ରିଆ, ସେନପତି ପୋଢ, ଲଯରାମ ଛତ୍ରିଆ ଓ ଅନ୍ଯାନ୍ଯ ସଦସ୍ଯ ମାନେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।