ଅଲ ଓଡ଼ିଶା ସିଡ୍ୟୁଲକାଷ୍ଟ ଫେଡେରେସନ ପକ୍ଷରୁ ସମ୍ବିଧାନ ଦିବସ ପାଳନ

କଳାହାଣ୍ଡି: କେସିଙ୍ଗା ଠାରେ ଅଲ ଓଡ଼ିଶା ସିଡ୍ୟୁଲକାଷ୍ଟ ଫେଡେରେସନ କେସିଙ୍ଗା ତରଫରୁ ଏନଏସି ସଭାପତି ବିଷ୍ଟୁ ମଙ୍ଗରାଜଙ୍କ ସଭାପତିତ୍ୱରେ ସମ୍ବିଧାନ ଦିବସ ପାଳନ ହୋଇଯାଇଛି। ସର୍ବ ପ୍ରଥମେ ଆମ୍ବେଦକର ଛକରୁ ଜିଲ୍ଲାର ୧୩ଗୋଟି ବ୍ଲକର ଏସଟି, ଏସି, ଓବିସି ଏବଂ ମାଇନରିଟି ର ହଜାର ହଜାର ମହିଳା ଏବଂ ପୁରୁଷ ସମାଗମରେ ଏକ ବିଶାଳ ଶୋଭାଯାତ୍ରାରେ କେସିଙ୍ଗା ସହର ପରିକ୍ରମାକରି ତିନି ନମ୍ବର ଓ୍ବାର୍ଡର ତେନ୍ତୁଳିଗଛ ପଡା ଖେଳପଡ଼ିଆରେ ପହଞ୍ଚି ଡାକ୍ତର ବିଆର ଆମ୍ବେଦକର ଓ ତଥାଗତ ବୁଦ୍ଧଦେବଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଓ ପ୍ରଦୀପ ପ୍ରଜ୍ବଳିତ କରି ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଜୁନାଗଡ଼ ର ସିଏଚସି ଡାକ୍ତର ବିବେକାନନ୍ଦ ମହାନନ୍ଦ, ମୁଖ୍ଯବକ୍ତା ଭୋଦେବ ମହାନନ୍ଦ ମାଲକାନଗିରି ଆଇନଜୀବି, ସମ୍ମାନିତ ବକ୍ତା ଛବିଲାଲ ନିଆଲ ଅଲ ଓଡ଼ିଶା ସିଡ୍ୟୁଲକାଷ୍ଟ ଫେଡେରେସନ କଳାହାଣ୍ଡି, ଆଇନ ବିଭାଗର ମୁଖ୍ଯ ଛବିଲାଲ ନିଆଲ, ଦିଗାମ୍ବର ଦୁରିଆ ଅଲ ଓଡ଼ିଶା ସିଡ୍ୟୁଲକାଷ୍ଟ ଫେଡେରେସନ କଳାହାଣ୍ଡି କାର୍ଯ୍ୟକାରୀ ସଭାପତି, ଅଲ ଓଡ଼ିଶା ସିଡ୍ୟୁଲକାଷ୍ଟ ଫେଡେରେସନ କଳାହାଣ୍ଡି ସାଧାରଣ ସଂପାଦକ ଯତିନ୍ଦ୍ର କର ସଂପାଦକ ଶ୍ରୀବତ୍ସ ତାଣ୍ଡି ଉପସ୍ଥିତ ଥିବାବେଳେ ସମ୍ମାନିତ ଅତିଥି ଭାବେ ଅନ୍ୟତମ ସମ୍ମାନିତ ଅତିଥି ଅଲ ଓଡ଼ିଶା ସିଡ୍ୟୁଲକାଷ୍ଟ ଫେଡେରେସନ କେସିଙ୍ଗା ସଭାପତି ଲୋକନାଥ ନାଗ, ଅଲ ଓଡିଶା ସିଡ୍ୟୁଲକାଷ୍ଟ ଫେଡେରେସନ କଳାହାଣ୍ଡି କାର୍ଯ୍ୟକାରୀ ସଭାପତି ଏସ ସୁଜାତା, ରାଷ୍ଟ୍ରୀୟ ମୁଲନିବାସୀ କାର୍ଯ୍ୟକାରୀ ସଭାପତି ଅଂଜୁ କୁମାର, ଭୀମଆର୍ମୀ କଳାହାଣ୍ଡି ଜିଲା ସଭାପତି ରଜନୀ କନ୍ତୁ ସର୍ମିଲିଆ, ନିୟମଗିରି ସୁରକ୍ଷା ସମିତି ଆବାହକ ଲିଂଗରାଜ ଆଜାଦ, ଅଲ ଓଡ଼ିଶା ସିଡ୍ୟୁଲକାଷ୍ଟ ଫେଡେରେସନ କଳାହାଣ୍ଡି ମହିଳା ବିଭାଗୀୟ ମୁଖ୍ଯ ସ୍ବର୍ଣ୍ଣ ସୁନା, ବିଏସପି ଜିଲ୍ଲା ସଭାପତି ଜଳନ୍ଦର ବେହେରା ପ୍ରମୂଖ ଉପସ୍ଥିତ ଥିଲେ। ଦିବଂଗତ ସମାଜସେବୀର ପରିବାର ସଦସ୍ଯ ଓ ଉଦୟମାନ ଯୁବକ ମାନଙ୍କୁ ସମ୍ମାନିତ କରାଯାଇଥିଲା। ଶେଷରେ ସଭାପତି ମଂଚାସିନ ଅତିଥି ଓ ଉପସ୍ଥିତ ଜନତାଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ। ଅଲ ଓଡ଼ିଶା ସିଡ୍ୟୁଲକାଷ୍ଟ ଫେଡେରେସନ କଳାହାଣ୍ଡି ସଂପାଦକ ଜୟପ୍ରକାଶ ଜାଲ ମଂଚ ପରିଚାଳନା କରିଥିବା ବେଳେ ଏନଏସି ଓ କେସିଙ୍ଗା ବ୍ଲକର ସମସ୍ତ କର୍ମକର୍ତ୍ତା ବିଭିନ୍ନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.