ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ ପ୍ରଧାନମନ୍ତ୍ରୀଙ୍କୁ ଦାବିପତ୍ର

କଳାହାଣ୍ଡି, (ହେମନ୍ତ ସାହୁ): ସଂଯୁକ୍ତ କିଷାନ୍ ମୋର୍ଚ୍ଚା ଓ ଟ୍ରେଡ ୟୁନିୟନ ମିଳିତ ମଞ୍ଚ ପକ୍ଷରୁ ୧୦ ଦଫା ସମ୍ମିଳିତ ଏକ ଦାବି ପତ୍ର ଆଜି ମ.ରାମପୁର ବିିଡିଓଙ୍କ ଜରିଆରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଘୋଷିତ କୃଷକ ବିରୋଧୀ ତିନି କଳା କୃଷି ଆଇନ ରଦ୍ଦ ଘୋଷଣାକୁ ସଂସଦୀୟ ପ୍ରକ୍ରୀୟାରେ ତୁରନ୍ତ କାର୍ଯ୍ୟକାରୀ କରାଯିବା, ଶ୍ରମିକ ବିରୋଧୀ ଚାରୋଟି ଶ୍ରମକୋର୍ଡ ପ୍ରତ୍ୟାହାର କରାଯିବା, ଏମ.ଏସ. ସ୍ୱାମୀନାଥନ୍ ଜାତୀୟ କମିଶନର ସୁପାରିଶ ଅନୁଯାୟୀ ସମସ୍ତ କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ ପାଇଁ ଆଇନଗତ ବ୍ୟବସ୍ଥା କରାଯିବା, ଲକ୍ଷ୍ମୀପୁର ଖେରୀ କୃଷକ ଗଣହତ୍ୟାର ନିରପେକ୍ଷ ତଦନ୍ତ ପାଇଁ କେନ୍ଦ୍ର ଗୃହରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କୁ ତୁରନ୍ତ ବରଖାସ୍ତ କରିବା, ମନିଟାଇଜେସନ୍ ନାମରେ ଜାତୀୟ ସମ୍ପତି ଏବଂ ସମ୍ପଦକୁ ବିକ୍ରୀ ବନ୍ଦ କରିବା, ସମସ୍ତ ଆଦିବାସୀ ଏବଂ ପାରମ୍ପରିକ ଜଙ୍ଗଲବାସୀଙ୍କୁ ଜଙ୍ଗଲଜମି ଭିତିକ ପଟ୍ଟା ପ୍ରଦାନ କରିବା ଏବଂ ଆଦିବାସୀ ଦ୍ୱାରା ସଂଗୃହିତ ସମସ୍ତ ଲଘୁବନଜାତ ଦ୍ରବ୍ୟ ପାଇଁ ଏମଏସପି ପ୍ରଦାନ କରିବା ସମେତ ଡିଜେଲ, ପେଟ୍ରୋଲ, ରନ୍ଧନଗ୍ୟାସ ଏବଂ ଅତ୍ୟାବଶ୍ୟକ ସାମଗ୍ରୀର ଆକାଶଛୁଆଁ ମୂଲ୍ୟ ବୃଦ୍ଧିକୁ ପ୍ରତ୍ୟାହାର କରିବାଦାବି ନେଇ ସ୍ଥାନୀୟ ଗୋଷ୍ଠି ଉନ୍ନୟନ ଅଧିକାରୀ ଉତମ ବାଗଙ୍କ ଜରିଆରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏଥିରେ ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ବିଭୂତି ଭୂଷଣ ମହାଖୁଡ, ସିପିଆଇଏମ ବ୍ରାଞ୍ଚ କମିଟି ସଂପାଦକ ସତ୍ୟଜିତ୍ ଚାଟାର୍ଜି, ବିଶ୍ୱଜିତ ଚାଟାର୍ଜି, ପଦ୍ମଲୋଚନ ସାହୁ, ରୁଦ୍ରପ୍ରତାପ ସିଂ, ଜଗବନ୍ଧୁ ଭୋଳ, ଗଙ୍ଗାଧର ପ୍ରହରାଜ ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.