କୂଟପାଲ୍ଲୀ ହାଇସ୍କୁଲରେ ନବମଶ୍ରେଣୀ ବୋର୍ଡ ପରୀକ୍ଷା ଆରମ୍ଭ

ମାଲକାନଗିରି, (ତ୍ରୀନାଥ ପଟ୍ଟନାୟକ): ମାଲକାନଗିରି ଜିଲ୍ଲା ମାଥିଲି ବ୍ଳକର କୁଟନୀପାଲ୍ଲୀ ଗ୍ରାମ୍ୟ ଏସଏଲସିବି ହାଇସ୍କୁଲ ଠାରେ ଆଜି ପ୍ରଧାନ ଶିକ୍ଷକ ସୀତାକାନ୍ତ ମହାରଣାଙ୍କ ପ୍ରତ୍ୟେକ୍ଷ ତତ୍ପବଧାନରେ ନବମ ଶ୍ରେଣୀର ୪୮ ଜଣ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଅତି ଶୃଙ୍ଖଳା ସହିତ ସମାପନ ହୋଇଛି।ସୂଚନାଯୋଗ୍ୟ ଯେ, ଏହି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଶିକ୍ଷାର ବିକାଶ ପାଇଁ ସ୍ବର୍ଗତ ଚତୁର୍ଭୁଜ ମହାନ୍ତି ଓ କମଳା କୁମାରୀ ମହାନ୍ତିଙ୍କ ଆକ୍ରାନ୍ତ ପରିଶ୍ରମ ରେ ୧୯୯୬ ମସିହାରେ ଏହି ବିଦ୍ୟାଳୟ ସ୍ଥାପିତ ହୋଇଥିଲା।ଏଠାକାର ଶିକ୍ଷକମାନଙ୍କ ପ୍ରୟାସ ଯୋଗୁଁ ଏହି ସ୍କୁଲ ଅଞ୍ଚଳରେ ସୁନାମ ଅର୍ଜନ କରିପାରିଛି। ତେବେ ଆଜିର ପରୀକ୍ଷାକୁ ଶିକ୍ଷକ ପ୍ରଭାସ କୁମାର ଖୁଣ୍ଟିଆ, ଜ୍ୟୋତି ରଞ୍ଜନ ସାହୁ, କରୁଣାକର ପୃଷ୍ଟି, ଚିତ୍ତରଞ୍ଜନ କବି, ପୁଷ୍ପଲତା ସ୍ବାଇଁ, ସାଈଲକ୍ଷ୍ମୀ ସ୍ବାଇଁ, ସୂର୍ଯ୍ୟକାନ୍ତ ମହାନ୍ତି, ଭୀମସେନ ଦଳେଇ, ରଘୁନାଥ ପ୍ରଧାନୀ, ଉମେଶ କୁମାର ଚାଲାଣ ଓ ରାମଚନ୍ଦ୍ର ସଗରିଆ ପ୍ରମୂଖ ପରିଚାଳନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.